The Topmost

“The eyes believe themselves, the ears believe other people.”

ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ଯାତ୍ରା

 ଆଜି ପବିତ୍ର ମାଘ ଶୁକ୍ଳ ଚତୁର୍ଦଶୀ । ମହିମା ଧର୍ମ ପ୍ରଚାରକ ପ୍ରଭୁ ମହିମା ଅଲେଖଙ୍କ ଦେହତ୍ୟାଗ ଦିବସକୁ ମହିମା ସାଧୁ ସମାଜ ବଡ଼ ଉତ୍ସାହ ସହକାରେ ପାଳନ କରୁଛନ୍ତି l ଯାହାକି ବିଶ୍ୱ ଦରବାରରେ ଯୋରନ୍ଦା ମେଳା ରୂପରେ ବେଶ୍ ପରିଚିତ l ଆଜିଠୁ ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ଯୋରନ୍ଦା ଯାତ୍ରା । ମେଳାରେ ପ୍ରାୟ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ସମ୍ଭାବନା ରହିଛି l ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ପ୍ରଶାସନ । ବିଶେଷ କରି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ୭ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି l ସଶସ୍ତ୍ର, ସାଧାରଣ, ସାଧା ପୋଷାକଧାରୀ ପୋଲିସଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଅଧୀନରେ ୪ ଡିଏସପି ଓ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି l