ବିଦ୍ୟୁତ ବିତରଣ କମ୍ପାନୀଙ୍କ କାର୍ଯ୍ୟଧାରାକୁ ସମୀକ୍ଷା କରିବେ ବିଦ୍ୟୁତ୍ ନିୟାମକ ଆୟୋଗ । ଆଜିଠୁ ୪ ଦିନ ଧରି ଆୟୋଗ ସମୀକ୍ଷା କରିବେ । ଆଜି ପ୍ରଥମ ଦିନରେ ଟାଟା କମ୍ପାନୀର କାର୍ଯ୍ୟଧାରାକୁ ନେଇ ସମୀକ୍ଷା କରାଯିବ । ନିୟମ ଅନୁସାରେ ବିଦ୍ୟୁତ ବିତରଣ କମ୍ପାନୀ ଅଧିଗ୍ରହଣ କରିବା ଦିନଠାରୁ ୫ ବର୍ଷ ମଧ୍ୟରେ ଭିତ୍ତିଭୂମିର ଉନ୍ନତି ପାଇଁ ଅର୍ଥ ବିନିଯୋଗ କରିବେ । ଏହାଦ୍ବାରା ବିଦ୍ୟୁତ ଉପଭୋକ୍ତାମାନେ ଉନ୍ନତମାନର ସେବା ପାଇବେ । ଏ ପର୍ଯ୍ୟନ୍ତ ବିଦ୍ୟୁତ ବିତରଣ କମ୍ପାନୀମାନେ ଆବଶ୍ୟକ କରୁଥିବା ୫ ହଜାର ୬୪୦ କୋଟି ଟଙ୍କାରୁ ୧୯୦୯ କୋଟି ବିନିଯୋଗ କରିସାରିଲେଣି । ଆୟୋଗ ବିଦ୍ୟୁତ ବିତରଣ ଶୁଳ୍କ ସମ୍ବନ୍ଧୀୟ ଅଧିନିୟମ ୨୦୨୨ ଜାରି କରିଛନ୍ତି । ଭିତ୍ତିଭୂମିର ଉନ୍ନତି ପାଇଁ ଆୟୋଗ ଅନୁମୋଦନ କରିଥିବା ଅର୍ଥକୁ କିଭଳି ବିନିଯୋଗ କରାଯାଉଛି ତାହାର ସମୀକ୍ଷା କରାଯିବ । ବରିଷ୍ଠ ଅଧିକାରୀ ପ୍ରତିମାସରେ ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କର କାର୍ଯ୍ୟଧାରା ଓ ଉପଭୋକ୍ତାଙ୍କୁ ଦିଆଯାଉଥିବା ସେବା ସମ୍ପର୍କରେ ଅନୁଶୀଳନ କରିବେ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ