The Topmost

“The eyes believe themselves, the ears believe other people.”

ଆଜିଠୁ ପୁଣି ଆରମ୍ଭ ହେବ ଭାରତ ଯୋଡ଼ ନ୍ୟାୟ ଯାତ୍ରା

ଦୁଇଦିନର ବ୍ରେକ ପରେ ଆଜିଠାରୁ ପୁଣି ଆଣମ୍ଭ ହେବାକୁ ଯାଉଛି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ପଶ୍ଚିମବଙ୍ଗର ଜଲପାଇଗୁଡିରୁ ଆରମ୍ଭ ହେବ ଏହି ଯାତ୍ରା । ଗତ ଜାନୁଆରୀ ୧୪ ତାରିଖରୁ ମଣିପୁରରୁ ଆରମ୍ଭ ହୋଇଥିବା ଯାତ୍ରା ପଶ୍ଚିମବଙ୍ଗରେ ଦୁଇ ଦିନ ପାଇଁ ବନ୍ଦ ଥିଲା । ଭାରତ ଯୋଡ଼ ନ୍ୟାୟ ଯାତ୍ରା ୧୨ ଦିନ ଧରି ମଣିପୁର, ମେଘାଳୟ, ଆସାମ ଓ ଅରୁଣାଚଳ ପ୍ରଦେଶ ଅତିକ୍ରମ କରିବା ପରେ ପଶ୍ଚିମବଙ୍ଗରେ ପ୍ରବେଶ କରିଥିଲା । ମଣିପୁରରୁ ମୁମ୍ବାଇ ପ୍ରାୟ ୬ ହଜାର ୭ ଶହ କିଲୋମିଟର ଅତିକ୍ରମ କରିବ ଯାତ୍ରା । ଦେଶରେ ଦାରିଦ୍ର୍ୟ, ବେକାରୀ, ଅସହିଷ୍ଣୁତା, ବିଦ୍ବେଷ ବିରୋଧରେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଚାଲିଛି ଏହି ଯାତ୍ରା । ବିଭିନ୍ନ ରାଜ୍ୟରେ ହଜାର ହଜାର କର୍ମୀ ଏଥିରେ ସାମିଲ ହେଉଛନ୍ତି । ଆସନ୍ତା ୨୦ ମାର୍ଚ୍ଚରେ ମୁମ୍ବାଇରେ ଏହା ଶେଷ ହେବ ।