ଆଜିଠୁ ଆରମ୍ଭ ହେଉଛି ପରିବହନ ବିଭାଗର ସ୍ପେଶାଲ ଡ୍ରାଇଭ । ନାବାଳକ ଗାଡ଼ି ଚାଳକ ସାବଧାନ । ଏମାନଙ୍କ ଉପରେ ରଖାଯିବ ସ୍ବତନ୍ତ୍ର ନଜର । ବିଭିନ୍ନ ସ୍ଥାନରେ ଚେକିଂ ସହିତ ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ସମସ୍ତ ଘରୋଇ ସ୍କୁଲରେ ବ୍ୟବହୃତ ଗାଡ଼ି ଓ ଅନ୍ୟ ବସର ମଧ୍ୟ ଯାଞ୍ଚ କରାଯିବ । ଗାଡ଼ିର ଫିଟନେସ, ଇନସୁରାନ୍ସ, ଆଦି କାଗଜପତ୍ରର ଯାଞ୍ଚ ହେବ । ଦିଗପହଣ୍ଡି ବସ୍ ଦୁର୍ଘଟଣା ପରେ ସମସ୍ତ ବସର କାଗଜପତ୍ର ଯାଞ୍ଚ ପାଇଁ ନିଷ୍ପତ୍ତି ନିଆଯାଇଛି । ନିୟମ ଭାଙ୍ଗୁଥିବା ଲୋକଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗର ଅତିରିକ୍ତ କମିଶନର ଲାଲ୍ ମୋହନ ସେଠୀ ସୂଚନା ଦେଇଛନ୍ତି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍