ଆଜିଠୁ ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ୨୦୨୩-୨୪ ପାଇଁ ଆଗତ ୨ ଲକ୍ଷ ୩୦ ହଜାର କୋଟିର ବାର୍ଷିକ ବଜେଟ୍ ଉପରେ ଗୃହରେ ବିଭାଗୀୟ ଷ୍ଟାଣ଼୍ଡିଂ କମିଟି ରିପୋର୍ଟ ଉପସ୍ଥାପନ କରାଯିବ । ପ୍ରଥମ ପର୍ଯ୍ୟାୟ ଭଳି ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମଧ୍ୟ ସରଗରମ ରହିବ । ପୁଣି ଥରେ ଗୃହରେ ସାମ୍ନାସାମ୍ନୀ ହେବେ ଶାସକ ଓ ବିରୋଧୀ । ମାର୍ଚ୍ଚ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନା । ୧୩ ତାରିଖ ସୋମବାର ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ୧୪ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଖର୍ଚ୍ଚଦାବି ଆଲୋଚନା ହେବ । ମାର୍ଚ୍ଚ ୩୧ ତାରିଖରେ ଗୃହରେ ପାରିତ ହେବ ଆସନ୍ତା ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା