ଗଞ୍ଜାମ ଜିଲ୍ଲାରେ କେତେ ହୋଇଛି ଉନ୍ନତ୍ତିମୂଳକ କାର୍ଯ୍ୟ । ଲୋକଙ୍କ ନିକଟରେ କେତେ ପହଞ୍ଚିଛି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା । ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ଶନିବାରଠାରୁ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଉଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ମଧ୍ୟାହ୍ନ ଦୁଇଟା ୪୦ରେ ହିଞ୍ଜିଳିକାଟୁ ପୋଚିଲିମା ଠାରେ ଥିବା ଖାମ୍ବିୟଦୋରା ଜୁନିୟର ସାଇନ୍ସ କଲେଜରେ ପହଞ୍ଚିବେ ଫାଇଭ-ଟି ଅଧ୍ୟକ୍ଷ । ସେଠାରେ କଲେଜ ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ କାର୍ତ୍ତିକ ପାଣ୍ଡିଆନ୍ । ସେଠାରୁ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ ଆୟୋଜିତ ହୋଇଥିବା ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେବେ, ସେଠାରେ ମଧ୍ୟ ହିଞ୍ଜିଳି ଓ ଶେରଗଡ ବ୍ଲକର ବିଭିନ୍ନ କଲେଜରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇବେ । ସେଠାରୁ ସେ ସେରଗଡ ସ୍ଥିତ ଗ୍ରାମୀଣ ଶିଳ୍ପ ପାର୍କରେ ମିଶନ ଶକ୍ତି ମହିଳାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ କାର୍ତ୍ତିକ ପାଣ୍ଡିଆନଙ୍କ ଶେରଗଡ ବ୍ଲକରେ ଚାଷୀଙ୍କ ସହ ଆଲୋଚନା ଓ ବ୍ରହ୍ମପୁର ମାଆ ବୁଢି ଠାକୁରାଣୀ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କାର୍ଯ୍ୟକ୍ରମ ରହିଛି ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା