ଆଜିଠୁ ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପର କର୍ମଶାଳା ଆରମ୍ଭ ହୋଇଛି । କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁବାଷ ସରକାର କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଭୁବନେଶ୍ୱର ସିଏସଆଇଆର-ଆଇଆଇଏମଟିରେ ବିଭିନ୍ନ ଦେଶର ପ୍ରତିନିଧି ଯୋଗ ଦେଇଛନ୍ତି । ଫ୍ୟୁଚର ଅଫ ୱାର୍କ କ୍ଷେତ୍ରରେ ଜୀବନବ୍ୟାପି ଶିକ୍ଷା ଲାଗି ଦକ୍ଷତା ବିକାଶ ବିଷୟ ଉପରେ ଏହି ସେମିନାରରେ ଆଲୋଚନା ହେଉଛି । ତିନିଦିନ ବ୍ୟାପୀ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୭ ରାଷ୍ଟ୍ରର ୬୩ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଆଲୋଚନା ଚକ୍ର ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକରେ ବିସ୍ତୃତ ଆଲୋଚନା ପାଇଁ ବିଭିନ୍ନ ସୁଯୋଗ ସୃଷ୍ଟି କରିବ । ଏହି ଅବସରରେ ୩ଟି ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହେବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା