The Topmost

“The eyes believe themselves, the ears believe other people.”

ଆଜିଠୁ କଂଗ୍ରେସର ‘ହାଥ୍ ସେ ହାଥ୍ ଯୋଡୋ’

ଆଜି ସାଧାରଣତନ୍ତ୍ର ଦିବସରୁ ୨ମାସ ଧରି ‘ହାଥ୍ ସେ ହାଥ୍ ଯୋଡ଼ୋ’ କାର୍ଯ୍ୟକ୍ରମ ଆରମ୍ଭ କରିଛି ଅଖିଳ ଭାରତ କଂଗ୍ରେସ କମିଟି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରତି ବ୍ଲକ୍ ଓ ପଞ୍ଚାୟତସ୍ତରରେ ଦଳ ଏହି କାର୍ଯ୍ୟକ୍ରମ ଜରିଆରେ ପହଞ୍ଚାଇବ ।  କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବୋଧକାନ୍ତ ସହାୟ ଏହା କହିଛନ୍ତି । ସେ କହିଛନ୍ତି ରାହୁଳ ଗାନ୍ଧୀଙ୍କ ନେତୃତ୍ବରେ ‘ଭାରତ ଯୋଡ଼ୋ’ ଯାତ୍ରା ଦେଶବାସୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। କେନ୍ଦ୍ରର ମୋଦୀ ସରକାରଙ୍କ ବହୁ ଘୋଷିତ ସ୍ଲୋଗାନ୍ ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ବାସ’ ଧୂଆଁବାଣରେ ପରିଣତ ହୋଇଛି । ବାସ୍ତବରେ ଏହା ‘କୁଛ କା ସାଥ, ଖୁଦ୍‌ କା ବିକାଶ ଓ ସବ୍‌ କା ସାଥ-ବିଶ୍ବାସଘାତ’ ଭଳି ଅନୁଭବ ହେଉଛି । ଦେଶବାସୀଙ୍କ ଦୁର୍ଦ୍ଦଶା ବଢ଼ି ବଢ଼ି ଚାଲିଛି । ସେହିପରି ଅକ୍ସଫାମ୍ ରିପୋର୍ଟ ଅନୁସାରେ ଦେଶରେ ଅର୍ଥନୈତିକ ଅସମତା ବୃଦ୍ଧି ପାଇଛି । ୧ଭାଗ ଲୋକଙ୍କ ପାଖରେ ଦେଶର ୪୧ ଭାଗ ସଂପତ୍ତି ରହିଛି। ଯାହାକି ଚିନ୍ତାଜନକ ।