The Topmost

“The eyes believe themselves, the ears believe other people.”

ଆଜିଠୁ ଆରମ୍ଭ ହେଲା ପଞ୍ଜୀକରଣ

ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବାଦବିବାଦ ଲାଗି ରହିଛି । ଆଉ ଏହାରି ଭିତରେ ଆଜି ବାୟୁସେନାରେ ଅଗ୍ନିବୀର ଭର୍ତ୍ତି ପାଇଁ ଆରମ୍ଭ ହୋଇଯାଇଛି ପଞ୍ଜିକରଣ । ତେବେ ଏ ବାବଦରେ ଗତ ୨୨ ତାରିଖରେ ବିଜ୍ଞପ୍ତି ଜାରି କରାଯାଇଥିଲା । ଆବେଦନ, ଚୟନ ଓ ଭର୍ତ୍ତି ପାଇଁ ଆବେଦନକାରୀ ବାୟୁସେନାର ଅଧିକାରିକ ୱେବସାଇଟ indianairforce.nic.in ରେ ଦିଆଯାଇଥିବା ବିଜ୍ଞପ୍ତିରେ ଯାଞ୍ଚ କରିପାରିବେ । ଅନଲାଇନରେ ହେବାକୁ ଥିବା ଏହି ରେଜିଷ୍ଟ୍ରେସନ ୨୪ ଜୁନରୁ ୫ ଜୁଲାଇ ଯାଏଁ ଜାରି ରହିବ ।