The Topmost

“The eyes believe themselves, the ears believe other people.”

Odisha urban local body elections @the topmost

ଆଜିଠୁ ଆରମ୍ଭ ପୌର ନିର୍ବାଚନର ନାମାଙ୍କନ

ଭୁବନେଶ୍ୱର: ମାର୍ଚ୍ଚ୦୩: ରାଜ୍ୟର ୧୦୬ଟି ପୌରସଂସ୍ଥା ଓ ୩ ଟି ମହାନଗର ନିଗମରେ ନିର୍ବାଚନ ନେଇ ଆଜିଠୁ ନାମାଙ୍କନ ଆରମ୍ଭ । ଆଜିଠୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ମହାନଗର ନିଗମ, ପୌରପାଳିକା ଓ ଏନ୍ ଏସିର ମେୟର, ପୌରାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲର ନିର୍ବାଚନ ପାଇଁ ହେବ ନାମାଙ୍କନ। ସ୍ଥାନୀୟ ଏଡିଏମ ଅଫିସରେ ନାମାଙ୍କନ ପତ୍ର ଦାଖଲ ହେବ । ବିଜ୍ଞପ୍ତି ଅନୁଯାୟୀ, ୯ତାରିଖରେ ନାମାଙ୍କନ ପତ୍ରଯାଞ୍ଚ ହେବା ସହ ୧୪ରେ ନାମାଙ୍କ ପତ୍ର ପ୍ରତ୍ୟାହାର ଏବଂ ଚୂଡାନ୍ତପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ । ୨୬ରେ ଫଳାଫଳ ପ୍ରକାଶ ପାଇବ । କୋର୍ଟ ମାମଲା ପାଇଁ ସମ୍ବଲପୁର, ରାଉରକେଲା ମହାନଗର ନିଗମ ଏବଂ ପୁରୀ ମ୍ୟୁନିସପାଲିଟିରେ ଭୋଟ୍ ହେବ ନାହିଁ । ମୋଟ ୪୫୮୪ଟି ବୁଥରେ ହେବ ଭୋଟ ଗ୍ରହଣ ।

SHARE BY