ନୂଆଦିଲ୍ଲୀ: ମାର୍ଚ୍ଚ ୦୪: ଆଜିଠୁ ଆରମ୍ଭ ହୋଇଛି ଆଇସିସି ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ । ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏହି ଉଦ୍ଘାଟନୀ ମ୍ୟାଚ୍ ଖେଳାଯାଉଛି । ଭାରତ ଆସନ୍ତା ୬ରେ ପାକିସ୍ତାନ ବିପକ୍ଷରେ ଖେଳିବ । ଉଦଘାଟନୀ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ୱେଷ୍ଟଇଣ୍ଡିଜ୍ । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୫୦ ଓଭରରେ ୨୫୯ ରନ୍ କରିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲାଣ୍ଡ ୩୧ ରନ୍ ସହ ଗୋଟିଏ ଓ୍ୱିକେଟ୍ ହରାଇଛି ।ମହିଳା ବିଶ୍ୱକପ୍ରେ ମୋଟ ୮ଟି ଦଳ ଯଥା ଆୟୋଜକ ନ୍ୟୁଜିଲାଣ୍ଡ ସମେତ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଭାଗ ନେବେ । ରାଉଣ୍ଡ-ରବିନ ଏବଂ ନକ୍ଆଉଟ୍ ପର୍ଯ୍ୟାୟ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ସେମି ଫାଇନାଲ୍ ଓ ଫାଇନାଲ୍କୁ ମିଶାଇ ମୋଟ ୩୧ଟି ମ୍ୟାଚ୍ ରହିଛି । ଲିଗ୍ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ଅନ୍ୟ ୭ଟି ଦଳ ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବ ।ସେଥିମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ୪ଟି ଦଳ ସେମି ଫାଇନାଲ୍କୁ ଉନ୍ନୀତ ହେବେ । ନ୍ୟୁଜିଲାଣ୍ଡର ୬ଟି ଭେନ୍ୟୁ ଯଥା ହାଗଲେ ଓଭାଲ, ଇଡେନ ପାର୍କ, ବେ ଓଭାଲ, ସେଡନ ପାର୍କ, ୱେଲିଂଟନ ଓ ଡୁନେଡିନରେ ମ୍ୟାଚ୍ ଖେଳାଯିବ । ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ସର୍ବାଧିକ ୬ଥର ଚାମ୍ପିଅନ୍ ହୋଇଥିବା ବେଳେ ଇଂଲଣ୍ଡ ୪ଥର ଏବଂ ନ୍ୟୁଜିଲାଣ୍ଡ ଥରେ ଚାମ୍ପିଅନ୍ ହୋଇଛି। ଭାରତ ଦୁଇଥର ରନର୍ସ ଅପ୍ରେ ହୋଇଛି । ୨୦୦୫ ସଂସ୍କରଣରେ ଭାରତ ପ୍ରଥମ ଥର ଫାଇନାଲ୍ରେ ପ୍ରବେଶ କରିଥିଲା । ୨୦୧୭ ସଂସ୍କରଣରେ ଭାରତ ପୁଣି ଫାଇନାଲ୍ରେ ପହଞ୍ଚିଥିଲା । କିନ୍ତୁ ଇଂଲଣ୍ଡଠୁ ୯ ୱିକେଟ୍ରେ ହାରି ଟାଇଟଲ ହରାଇଥିଲା । ତେବ ବର୍ତ୍ତମାନର ମ୍ୟାଚରେ ଭାରତୀୟ ଦଳ ଆଶାନୁରୂପ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ