The Topmost

“The eyes believe themselves, the ears believe other people.”

ଆଜିଠୁ ଆଇପିଏଲ ମହାକୁମ୍ଭ

ଆଜିଠୁ ଆଇପିଏଲ ମହାକୁମ୍ଭ । ଫଟାଫଟ୍ କ୍ରିକେଟ୍‌ର ଏହି ନୂଆ ସଂସ୍କରଣର ପ୍ରଥମ ଦିବସରେ ବିଜେତା ଗୁଜରାଟ ଟାଇଟନ୍ସ ସହିତ ଖେଳିବ ୪ ଥର ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସ। ବିଗତ ୩ ବର୍ଷ ଧରି ଆଇପିଏଲ୍‌ ଏହାର ସମ୍ପୂର୍ଣ୍ଣ ସ୍ତରରେ ଖେଳାଯାଇ ପାରିନଥିଲା । କୋଭିଡ୍‌ କାରଣରୁ ୨୦୨୦ରେ ସମ୍ପୂର୍ଣ୍ଣ ଏବଂ ୨୦୨୧ର ଦ୍ବିତୀୟାର୍ଦ୍ଧ ୟୁଏରେ ଖେଳାଯାଇଥିବା ବେଳେ ୨୦୨୨ ୧୦ ଦଳୀୟ ଲିଗ୍‌ର ଅଧିକାଂଶ ମ୍ୟାଚ୍‌ ମୁମ୍ବାଇ ଓ ପୁନେରେ ଅନୁଷ୍ଠିତ ହୋଇଥିଲା । ଏବେ ସେହି ୧୦ ଦଳକୁ ନେଇ ଦେଶର ୧୨ଟି ସହରରେ ଲିଗ୍ ପର୍ଯ୍ୟାୟର ୭୦ ମ୍ୟାଚ୍‌ ଖେଳାଯିବ । ଘର-ବାହାର ମ୍ୟାଚ୍‌ ପ୍ରକ୍ରିୟା ମଧ୍ୟ ପୁନଃ ପ୍ରଚଳିତ ହେବ । ୨୦୨୩ ସଂସ୍କରଣ ମଧ୍ୟ କିଛି ନୂଆ ପରିବର୍ତନ ସହ ଆସୁଛି ।