କଟକରେ କ୍ରୀଡ଼ା ମହାକୁମ୍ଭ । ଆଜିଠୁ ଦୁଲୁକିବ କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ । ଆରମ୍ଭ ହେବ ଅଲଟିମେଟ୍ ଖୋ ଖୋ ସିଜିନ-୨ । ଉଦଘାଟନୀ ମ୍ୟାଚରେ ଓଡିଶା ଜଗରନଟ୍, ରାଜସ୍ଥାନ ଓ୍ବାରିୟର୍ସକୁ ଭେଟିବ । ଆଇପିଏଲ ଭଳି ୬ଟି ଟିମକୁ ନେଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ ଟୁର୍ଣ୍ଣାମେଣ୍ଟ । ଏହାର ପ୍ରଥମ ସଂସ୍କରଣ ପୁନେରେ ଖେଳା ଯାଇଥିଲା । ଏଥିରେ ଓଡିଶା ଜଗରନଟ୍ ଚାମ୍ପିଅନ ହୋଇଥିଲା । ଚଳିତ ସିଜିନରେ ଓଡିଶା ଜଗରନଟ୍, ରାଜସ୍ଥାନ ଓ୍ବାରିୟର୍ସ, ଗୁଜରାଟ ଜିଆଣ୍ଟସ, ଚେନ୍ନାଇ କୁଇକ୍ ଗନ୍ସ, ମୁମ୍ବାଇ ଖେଲାଡିଜ୍, ତେଲଗୁ ଯୋଦ୍ଧାସଙ୍କୁ ଦେଖିବାକୁ ମିଳିବ । ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡାର ଶ୍ରେଷ୍ଠ ଆୟୋଜନ ପାଇଁ ସୁନାମ ଅର୍ଜନ କରିଥିବା ଓଡିଶାରେ ଆଉ ଏକ ମେଗା ଇଭେଣ୍ଟ ଆୟୋଜନ କରୁଥିବାରୁ ଉତ୍ସାହ ଦେଖିବାକୁ ମିଳିଛି ।
“The eyes believe themselves, the ears believe other people.”
More Stories
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ
ଶ୍ରଦ୍ଧାଞ୍ଜଳି ଦେଲେ କ୍ରିକେଟର୍
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ