ହକି ବିଶ୍ୱକପ୍ ପାଇଁ ଆଜିଠୁ ଅଫଲାଇନ ଟିକେଟ୍ ବିକ୍ରି । ଜାନୁଆରୀ ୧୩ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ । ଭୁବନେଶ୍ୱରରେ ମ୍ୟାଚ୍ ପାଇଁ କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟ ସମ୍ମୁଖ ରିଜର୍ଭ ପୁଲିସ ଲାଇନ୍ ପଡିଆ ଏବଂ ରାଉରକେଲା ମ୍ୟାଚଗୁଡିକ ପାଇଁ ବିର୍ସା ମୁଣ୍ଡା ଷ୍ଟାଡିୟମର ୬ ନମ୍ବର ଓ ୨ ନମ୍ବର ଗେଟ କାଉଣ୍ଟରରେ ଟିକେଟ ବିକ୍ରି ହେବ । ସକାଳ ୧୧ ଟାରୁ ସନ୍ଧ୍ୟା ୭ଟା ଯାଏଁ କାଉଣ୍ଟର ଖୋଲା ରହିବ । ଭାରତ ଖେଳୁଥିବା ମ୍ୟାଚ ପାଇଁ ଟିକେଟର ମୂଲ୍ୟ ୫୦୦, ୪୦୦, ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ହେଲେ ଅନ୍ୟ ମ୍ୟାଚଗୁଡିକ ପାଇଁ ଟିକେଟର ମୂଲ୍ୟ ୨୦୦ ଏବଂ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା