ଜାନୁଆରୀ ୧୧ରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଉଦଘାଟନୀ ଉତ୍ସବ । ମହାସମାରୋହର ପାଳନ କରାଯିବ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ । ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ସମାରୋହ ପାଇଁ ଆଜିଠୁ ଅନଲାଇନରେ ବିକ୍ରି ହେବ ଟିକେଟ । ଆଜି ଦିନ ୧୨ଟାରୁ ଅନଲାଇନ ପ୍ଲାଟଫର୍ମ ପେଟିଏମ ଇନସାଇଡରରେ ଦର୍ଶକମାନେ ଟିକେଟ କିଣିପାରିବେ । ହକି ବିଶ୍ୱକପ୍ ଉଦଘାଟନୀ କାର୍ଯ୍ୟକ୍ରମରେ କମ୍ପିବ ବାରବାଟୀ । ଜଲଓ୍ୱା ଦେଖାଇବେ ବଲିଉଡ ସୁପରଷ୍ଟାର ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟାନୀ । ହକି ଫିଭର ସହ ଏମାନଙ୍କ ଉପସ୍ଥିତି ହକି ପ୍ରେମୀଙ୍କ ଉତ୍ସାହକୁ ଦୁଇଗୁଣା କରିବ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍