The Topmost

“The eyes believe themselves, the ears believe other people.”

ଆଜିଠାରୁ ୨ ହଜାର ଟଙ୍କିଆ ନୋଟ ବଦଳ

ଆଜିଠାରୁ ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ୍ ବଦଳ । ବ୍ୟାଙ୍କରେ ଭିଡ଼ ନକରି ସମୟ ସୁବିଧା ଅନୁସାରେ ନୋଟ ବଦଳାଇବାକୁ ଆରବିଆଇ ଗଭର୍ଣ୍ଣର ପରାମର୍ଶ ଦେଇଛନ୍ତି । ୨ ହଜାର ଟଙ୍କିଆ ନୋଟ୍ ବଜାରରୁ ଫେରିବ । କିନ୍ତୁ ନୋଟ୍ ବୈଧ ରହିବ । ଗ୍ରାହକଙ୍କଠାରୁ ୨ ହଜାର ଟଙ୍କିଆ ନୋଟ୍ ଗ୍ରହଣ କରିବାକୁ ଦୋକାନୀ ମନା କରିପାରିବେ ନାହିଁ । ଏବେ ଏହାର କାରବାର ଚାଲିପାରିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ।  ଆଗକୁ ବ୍ୟାଙ୍କ ଗୁଡିକ ଆଉ ଦୁଇ ହଜାର ଟଙ୍କିଆ ନୋଟ୍ ଇସ୍ୟୁ କରିବେ ନାହିଁ । ସେଥିପାଇଁ ଆରବିଆଇ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ଓ ଏହାର ବୈଧତାକୁ ନେଇ ଅନେକ ଦ୍ବନ୍ଦ୍ବରହିଥିବା ବେଳେ ଅଯଥାରେ ବ୍ୟାଙ୍କ ନଦୌଡ଼ିବାକୁ ପରାମର୍ଶ ଦିଆଯାଇଛି ।