ଆଜିଠାରୁ ହବିଷ୍ୟାଳିଙ୍କ ପାଇଁ ଆରମ୍ଭ ହେବ ପଞ୍ଜିକରଣ । ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଞ୍ଜିକରଣ କରିବା ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ପଞ୍ଚିକରଣ ପାଇଁ ଫର୍ମ ଜାରି ସହ ୩ଟି ହ୍ୱାଟ୍ସଆପ ନମ୍ବର ମଧ୍ୟ ଜାରି କରାଯାଇଛି । ଏହାସହ [email protected]ରେ ଇମେଲ ମଧ୍ୟ କରିହେବ । ଏହା ବ୍ୟତିତ ପର୍ଯ୍ୟଟନ ଅଧିକାରୀ, ପର୍ଯ୍ୟଟନ କାର୍ଯ୍ୟାଳୟ, ସୁବାଶ ବୋଷ ଛକ, ଭିଆଇପି ରୋଡ ଠିକଣାରେ ଡାକ ଯୋଗେ ପଠାଇହେବେ । ସ୍ଥାୟୀ ଠିକଣା ସହ ଭୋଟର ଆଇଡି କିମ୍ବା ଆଧାରକାର୍ଡର ଗୋଟିଏ ଫଟୋ କପି ଓ ଡବଲ ଡୋଜ କୋଭିଡ ପ୍ରମାଣ ପତ୍ରର ଫଟୋ କପି ସଂଲଗ୍ନ କରି ଫର୍ମ ପଠାଇବାକୁ କୁହାଯାଇଛି । ଉଭୟ ଅନଲାଇନ ଓ ଅପ୍ ଲାଇନରେ ପଞ୍ଜିକରଣ କରାଯାଇପାରିବ । ପଞ୍ଜିକରଣ ସମୟସୀମା ଆଜି ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୯ ଯାଏଁ ରଖାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଅକ୍ଟୋବର ୧୦ରୁ ଆରମ୍ଭ ହେବାକୁ ଯାଉଛି କାର୍ତ୍ତୀକ ବ୍ରତ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି