The Topmost

“The eyes believe themselves, the ears believe other people.”

ଆଜିଠାରୁ କଂଗ୍ରେସର ମହାଅଧିବେଶନ

ଆଜିଠାରୁ କଂଗ୍ରେସର ମହାଅଧିବେଶନ । ଛତିଶଗଡ଼ ରାୟପୁରରେ ଆୟୋଜିତ ହେଉଥିବା ଏହି ଅଧିବେଶନରେ ସାମିଲ ହେବେ ୧୮୨୫ରୁ ଅଧିକ ନିର୍ବାଚିତ କର୍ମକର୍ତ୍ତାଙ୍କ ସହ ପ୍ରାୟ ୧୫ ହଜାର ପ୍ରତିନିଧି । ସମାବେଶରେ ଯୋଗଦେବେ ସମସ୍ତ ପିସିସି ସଭାପତି, ପିସିସି କମିଟି ସଦସ୍ୟଙ୍କ ସମେତ ବହୁ ହେଭିଓ୍ବେଟ । ଏଆଇସିସି ସଭାପତି ଭାବେ ମଲ୍ଲିକାର୍ଜୁନ ଖଡଗେ ନିର୍ବାଚିତ ହେବା ପରେ ଏହା ହେବ ପ୍ରଥମ ମହାଧିବେଶନ । ତେବେ ଆସନ୍ତା ୨୬ ତାରିଖ ଯାଏଁ ଚାଲିବ ଏହି ଅଧିବେଶନ । ଜାତୀୟ ରାଜନୀତି, ଅର୍ଥନୀତି, ଆନ୍ତର୍ଜାତିକ ବ୍ୟାପାର, କୃଷି, ସାମାଜିକ ନ୍ୟାୟ, ଯୁବ ସମସ୍ୟା, ଶିକ୍ଷା, ନିଯୁକ୍ତି ଆଦି ସମ୍ପର୍କରେ ଏହି ଅଧିବେଶନରେ ଆଲୋଚନା ହେବା ସହ ଗୃହିତ ହେବ ଅନେକ ପ୍ରସ୍ତାବ । ପ୍ରତି ୩ ବର୍ଷରେ ଥରେ କଂଗ୍ରେସ ପ୍ଲେନାରୀ ଅନୁଷ୍ଠିତ ହେଉଥିବା ବେଳେ, ଏହା ହେବ ୮୫ ତମ ଅଧିବେଶନ ।