ଆଜାଦଙ୍କ ସମର୍ଥନରେ ପ୍ରାୟ ୫ ହଜାର କଂଗ୍ରେସ କର୍ମୀ ଦେବେ ଇସ୍ତଫା

ଆଜାଦଙ୍କ ପ୍ରଭାବରେ ୫ ହଜାର କଂଗ୍ରେସ କର୍ମୀ ଇସ୍ତଫା ଦେବେ । ଯାହାକୁ ନେଇ ୩ ରାଜ୍ୟରେ କଂଗ୍ରେସ ପାଇଁ ଅଧିକ ସମସ୍ୟା ସୃଷ୍ଟି ହେଲାଣି । ଆଜାଦ କଂଗ୍ରେସରୁ ଇସ୍ତଫା ଦେବାପରେ ତାଙ୍କୁ ସମର୍ଥନ କରି ଜମ୍ମୁ କାଶ୍ମୀର କଂଗ୍ରେସରୁ ଇସ୍ତଫାର ସୁଅ ଛୁଟିଛି । ଆଜାଦଙ୍କୁ ସମର୍ଥନ କରି ଜମ୍ମୁ କାଶ୍ମୀରରେ ୬୪ରୁ ଅଧିକ କଂଗ୍ରେସ ନେତା ଇସ୍ତଫା ଦେଇଥିବା ବେଳେ ଏହି ସଂଖ୍ୟା ବଢ଼ୁଛି । ପ୍ରାୟ ୫ ହଜାର କଂଗ୍ରେସ କର୍ମୀ ଆଜାଦଙ୍କୁ ସମର୍ଥନ କରି ଇସ୍ତଫା ଦେବେ ବୋଲି ସୂଚନା ମିଳିଛି । ତେବେ କଂଗ୍ରେସର କ୍ଷତି ଏତିକିରେ ସୀମିତ ନାହିଁ। ହିମାଚଳପ୍ରଦେଶ ଏବଂ ହରିୟାଣାକୁ ମଧ୍ୟ ଏହି ନିଆଁ ବ୍ୟାପିଛି।ଗୋଟିଏ ପଟେ ଆଜାଦଙ୍କ ସହ କଂଗ୍ରେସ ନେତା ଭୁପିନ୍ଦର ସିଂହ ହୁଦାଙ୍କ ବୈଠକ ହରିୟାଣା କଂଗ୍ରେସରେ ବିଦ୍ରୋହ ସୃଷ୍ଟି କରିଥିବା ବେଳେ ହିମାଚଳପ୍ରଦେଶରେ ଆନନ୍ଦ ଶର୍ମାଙ୍କ ‘ ଆଜାଦ ବୋଲ୍‌’ର ପାର୍ଶ୍ବ ପ୍ରତିକ୍ରିୟା‌ ଦେଖିବାକୁ ମିଳିଛି। ଆନନ୍ଦ ଶର୍ମା ମଧ୍ୟ ହିମାଚଳ ପ୍ରଦେଶ କଂଗ୍ରେସର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ଏହି ଘଟଣାରୁ ଆନନ୍ଦ ଶର୍ମାଙ୍କ ଅସନ୍ତୋଷ ଭାବନା ପଦାରେ ପଡ଼ିଯାଇଛି। ହରିୟାଣାରେ ମଧ୍ୟ ଆଜାଦଙ୍କ ପ୍ରତି ସମର୍ଥନ ବଢ଼ୁଛି।

SHARE BY