ଦିଲ୍ଲୀରେ ଶେଷ ହୋଇଛି ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ । ବୈଠକରେ ଦଳ ଆଗାମୀ ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରିଛି । ସାଙ୍ଗଠନିକ ସ୍ତରରେ ଦଳକୁ ଅଧିକରୁ ଅଧିକ ମଜବୁତ କରିବା ଦିଗରେ ଦଳ କାମ କରିବାକୁ ଲକ୍ଷ୍ୟ ରଖିଛି । ନିର୍ବାଚନକୁ ଆଖି ଆଗରେ ରଖି ପ୍ରତ୍ୟେକ ଜନତାଙ୍କ ନିକଟରେ ପହଞ୍ଚିବାକୁ, କେନ୍ଦ୍ର ସରକାରଙ୍କ ଯୋଜନାଗୁଡିକୁ ପହଞ୍ଚାଇବାକୁ ଦଳ ରଣନୀତି କରୁଛି । ବୁଥ ସ୍ତରରେ ହ୍ୱାଟସଅପ ଜରିଆରେ କେନ୍ଦ୍ର ସରକାରଙ୍କ ଉପଲବ୍ଧି ବଖାଣିବା ପାଇଁ ଯୋଜନା କରୁଛି ଦଳ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଦୃଢତାର ସହ କହିଛନ୍ତି କି ବିଜେପି କେବଳ ୨୦୨୪ ଲୋକସଭା ନିର୍ବାଚନ ନୁହେଁ ୯ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମଧ୍ୟ ଜିତ ହାସଲ କରିବ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ