ରାଜ୍ୟସଭାରେ ଆଗତ ହେଲା ସମାନ ନାଗରିକ ସଂହିତା ବିଲ ବା ୟୁନିଫର୍ମ ସିଭିଲ କୋଡ୍ ବିଲ୍ । ସଂସଦରେ ଏହି ବିଲକୁ ବିଜେପି ସାଂସଦ କିରୋଡି ଲାଲ ମୀନା ପ୍ରାଇଭେଟ ମେମ୍ବଲ ବିଲ ଜରିଆରେ ଆଗତ କରିଛନ୍ତି । ଅର୍ଥାତ୍ କେନ୍ଦ୍ର ସରକାରଙ୍କ ପକ୍ଷରୁ ୟୁନିଫର୍ସନ ସିଭିଲ କୋଡ ବିଲ ଆଗତ କରାଯାଇ ନାହିଁ । କିନ୍ତୁ ସଂସଦରେ ସରକାର ସମର୍ଥନ କରିଛନ୍ତି । ଏହି ବିଲକୁ ନେଇ ରାଜ୍ୟସଭାରେ ବିରୋଧୀ ଦଳମାନେ ଜୋରଦାର ପ୍ରତିବାଦ କରିବା ସତ୍ୱେ ବିଲ ରାଜ୍ୟ ସଭାରେ ଉପସ୍ଥାପନ କରାଯାଇଛି । ବ୍ୟକ୍ତିଗତ ଆଇନଗୁଡିକୁ ରଦ୍ଦ କରି ଦେଶର ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ପ୍ରକାର ନିୟମ ଆଣିବାକୁ ଏହି ବିଲରେ ବ୍ୟବସ୍ଥା ରହିଛି । ତେବେ ଏହା ସମ୍ବିଧାନର ମୂଳଭାବନାକୁ ଆଘାତ ଦେବା ସହ ଦେଶର ଏକତା ଓ ଧର୍ମ ନିରପେକ୍ଷତାକୁ ବିପଦରେ ପକାଇବ କହି ପ୍ରତିବାଦ କରିଥିଲେ ବିରୋଧୀ ଦଳ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ