ଚୀନକୁ କନ୍ଦାଇଲାଣି କରୋନା । ଆସନ୍ତା ଦିନରେ ଗୁରୁତର ହୋଇପାରେ ସଂକ୍ରମଣ । ଦୈନିକ ୧୦ ଲକ୍ଷ ଲୋକ ସଂକ୍ରମିତ ହେବା ସହ ୫ ହଜାର ଲୋକ ପ୍ରାଣ ହରାଇବା ଆଶଙ୍କା ରହିଛି । ଏହି ସଂକ୍ରମଣ ବିଶ୍ବର ସବୁଠାରୁ ଭୟାନକ ଆକ୍ରମଣ ହେବ ବୋଲି ସୂଚନା ମିଳିଛି । ଯଦି ବାସ୍ତବରେ ଏହି ଧାରାରେ ସଂକ୍ରମଣ ଜାରି ରୁହେ ତେବେ ଆସନ୍ତା ଜାନୁଆରୀରେ ଦୈନିକ ୩୭ ଲକ୍ଷ ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଛି ବୋଲି ଏୟାଫିନିଟି ଲିମିଟେଡ ନାମକ ଲଣ୍ଡନଭିତ୍ତିକ ରିସର୍ଚ୍ଚ ଫାର୍ମ କହିଛି । ମାର୍ଚ୍ଚ ବେଳକୁ ଏହି ସଂଖ୍ୟା ଦୈନିକ ୪୨ ଲକ୍ଷ ହେବ ବୋଲି ସଂସ୍ଥା କହିଛି । ସେପଟେ ଚୀନକୁ ଆଇବୁପ୍ରୋଫେନ ଓ ପାରାସିଟାମଲ ଟାବଲେଟ ପଠାଇବା ଲାଗି ଭାରତ ନିଷ୍ପତ୍ତି ନେଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ