ବିଶ୍ବର ପ୍ରମୁଖ ଟେକନଲୋଜୀ କମ୍ପାନିରେ ଛଟେଇ ଜାରି ରହିଛି । ପୂର୍ବରୁ ମେଟା, ମାଇକ୍ରୋସଫ୍ଟ, ଆମାଜନ, ଟୁଇଟର, ଗୁଗୁଲ ଆଦି କମ୍ପାନି ଛଟେଇ କରିବା ପରେ ଏବେ ଆଇଟି କମ୍ପାନି ଆକସେଞ୍ଚର ମଧ୍ୟ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବା ସମ୍ପର୍କରେ ଘୋଷଣା କରିଛି । ଆକ୍ସେଞ୍ଚର କହିଛି ଯେ ଏହା ପ୍ରାୟ ୧୯,୦୦୦ କର୍ମଚାରୀଙ୍କୁ ଛଟେଇ କରିବ । ଏହାର ବାର୍ଷିକ ରାଜସ୍ୱ ଏବଂ ଲାଭ ଆକଳନ ହ୍ରାସ ଆଶଙ୍କା ମଧ୍ୟରେ କମ୍ପାନି ଏହି ନିଷ୍ପତ୍ତି ନେଇଛି । ଏହା ଏକ ନୂତନ ସଙ୍କେତ ଯାହା ବୁଝାଏ ଯେ ବିଶ୍ୱର ଖରାପ ଅର୍ଥନୈତିକ ସ୍ଥିତି ଯୋଗୁଁ ଆଇଟି ସେବା ଉପରେ କର୍ପୋରେଟ୍ ଖର୍ଚ୍ଚ ହ୍ରାସ ପାଉଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ