The Topmost

“The eyes believe themselves, the ears believe other people.”

ଆକ୍ସନମୋଡରେ ଦିଲ୍ଲୀ ପୋଲିସ

କୁସ୍ତିଯୋଦ୍ଧାଙ୍କ ଅଭିଯୋଗକୁ ନେଇ ଆକ୍ସନମୋଡରେ ଦିଲ୍ଲୀ ପୋଲିସ । ଭାରତୀୟ କୁସ୍ତି ସଂଘର ସଭାପତି ତଥା ବିଜେପି ନେତା ବ୍ରିଜଭୂଷଣଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପୀଡନ ମାମଲାକୁ ନେଇ ଦିଲ୍ଲୀ ପୋଲିସ ଆକ୍ସନ ମୋଡକୁ ଆସିଛି । ଦିଲ୍ଲୀ ପୋଲିସର ଏକ ୧୨ ଜଣିଆ ଟିମ୍ ସୋମବାର ରାତିରେ ବ୍ରିଜଭୂଷଣଙ୍କ ଲକ୍ଷ୍ନୌ ଓ ଗୋଣ୍ଡା ସ୍ଥିତ ବାସଭବନରେ ପହଂଚି ୧୨ ଜଣଙ୍କର ବୟାନ ରେକର୍ଡ କରିଛି । ଦିଲ୍ଲୀ ପୋଲିସ ତରଫରୁ ବ୍ରିଜ ଭୂଷଣଙ୍କ ଘରେ କାମ କରୁଥିବା ଲୋକଙ୍କ ନାମ ଓ ଠିକଣା ନେଇ ସେମାନଙ୍କୁ ସାକ୍ଷୀ ଭାବେ ଯୋଗାଡ କରୁଛି । ବୟାନ ରେକର୍ଡ କରିବା ପରେ ଦିଲ୍ଲୀ ପୋଲିସ ପୁଣି ଦିଲ୍ଲୀ ଫେରି ଆସିଛି । ସେପଟେ ଶନିବାର ଦିନ ଧାରଣାରତ କୁସ୍ତିଯୋଦ୍ଧାଙ୍କ ନେତୃତ୍ୱ ନେଉଥିବା କିଛି ଖେଳାଳି ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଥିଲେ । ଏହି ଭେଟଘାଟ ବେଳେ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ମଧ୍ୟ ସାମିଲ ଥିଲେ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷୀ ମଲ୍ଲିକ କହିଛନ୍ତି କି, ଗୃହମନ୍ତ୍ରୀଙ୍କ ସହ ଭେଟ ବେଳେ ସେମାନେ ବ୍ରିଜଭୂଷଣଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲେ । ହେଲେ ଏହି ଭେଟ ନିସ୍ଫଳ ହୋଇଥିବା କଥା ସାକ୍ଷୀ ମଲ୍ଲିକ କହିଛନ୍ତି ।