ଆକ୍ଟିଭ ହେଲା ଟ୍ରମ୍ପଙ୍କ ବ୍ଲକ୍ ଆକାଉଣ୍ଟ । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର୍କୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପୁଣି ଥରେ ଆକ୍ଟିଭ ହେଲା ତାଙ୍କ ଟ୍ୱିଟର୍ ଆକାଉଣ୍ଟ । ଏନେଇ ଟ୍ୱିଟର୍ର ନୂଆ ମାଲିକ ଏଲନ୍ ମସ୍କ ସୂଚନା ଦେଇଛନ୍ତି । ଜନମତରେ ବିଜୟୀ ହେବା ପରେ ଟ୍ରମ୍ପ ପୁଣି ଥରେ ଟ୍ୱିଟର୍କୁ ଫେରିଛନ୍ତି । ଗତବର୍ଷ ଜାନୁଆରି ୬ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା କ୍ୟାପିଟଲ୍ ଆକ୍ରମଣ ଘଟଣାରେ ସମ୍ପୃକ୍ତି ଯୋଗୁଁ ଟ୍ରମ୍ପ୍ଙ୍କ ‘ଟ୍ୱିଟର୍’ ଆକାଉଣ୍ଟ ଡି-ଆକ୍ଟିଭ କରାଯାଇଥିଲା । ୨୦୨୦ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ବାତିଲ କରାଇବା ପାଇଁ ଟ୍ରମ୍ପ୍ଙ୍କ ସମର୍ଥକମାନେ କ୍ୟାପିଟଲ୍ ଆକ୍ରମଣ କରିଥିଲେ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ