The Topmost

“The eyes believe themselves, the ears believe other people.”

ଆକାଶମାର୍ଗରୁ ନଜର ରଖିବ କମିଶନରେଟ ପୋଲିସ

ରାଜଧାନୀରେ ଅପରାଧ ଓ ଅପରାଧୀଙ୍କ ଉପରେ ନଜର ରଖିବ ଡ୍ରୋନ୍ । ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଡ୍ରୋନ୍ ପାଟ୍ରୋଲିଂ । ଆକାଶ ମାର୍ଗରୁ ଅପରାଧ ଉପରେ ନଜର ରଖିବ କମିଶନରେଟ ପୋଲିସ । ସହରର ପ୍ରତିଟି ଘଟଣା ଓ ଦୁର୍ଘଟଣା ଉପରେ ରହିବ ସିଧାସଳଖ ନଜର । ଏନେଇ ପ୍ରାଥମିକ ଭାବେ ଡ୍ରୋନ୍ ପାଟ୍ରୋଲିଂର ଟ୍ରାଏଲ ରନ୍ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ଭୁବନେଶ୍ୱରରେ ହେଉଥିବା ରାଲି, ଧାରଣା, ବା ବିକ୍ଷୋଭ ସମୟରେ ସାମୁହିକ ଭାବେ ଏକାଠି ହେଉଥିବା ବିଶୃଙ୍ଖଳାକାରୀଙ୍କ ଉପରେ ଏହା ନଜର ରଖିବ । ସେହିଭଳି ବଡ଼ ବଡ଼ କାର୍ଯ୍ୟକ୍ରମ, ଭିଭିଆଇପିଙ୍କ ଗସ୍ତ ସମୟରେ ମଧ୍ୟ ଏହା ନଜର ରଖିବ । ୫ କିଲୋମିଟର ପରିଧି ପର୍ଯ୍ୟନ୍ତ କ୍ୟାମେରା ସରଭିଲାନ୍ସ ସହ ୫୦୦ ମିଟର ଉଚ୍ଚରେ ଉଡ଼ି ଗତିବିଧିର ଭିଡିଓ ରେକର୍ଡ କରିପାରିବ । ପ୍ରାଥମିକ ଭାବେ ଏହି ଡ୍ରୋନ୍ ସଫଳ ହେଲେ ଆଗାମୀ ଦିନରେ ଏହାକୁ କାର୍ଯ୍ୟକାରୀ କରାଯିବ ।

SHARE BY