The Topmost

“The eyes believe themselves, the ears believe other people.”

ଆକାଶମାର୍ଗରୁ ଆକ୍ରମଣ ନେଇ ହାଇଆଲର୍ଟ ଜାରି

କ୍ରେମନିଲ ଉପରେ ଆକ୍ରମଣର ପାଲଟା ଜବାବ ଦେଲା ରୁଷ । ୟୁକ୍ରେନ୍ ଉପରେ ରୁଷର ପୁଣି ପ୍ରଚଣ୍ଡ ଆକ୍ରମଣ । ଖେରସାନରେ ଥିବା ସୁପରମାର୍କେଟ୍ ଓ ରେଲୱେ ଷ୍ଟେସନକୁ ଟାର୍ଗେଟ୍ କରିଛି ରୁଷ ସେନା । ଆକ୍ରମଣରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୮ ଜଣ ଆହତ ହୋଇଛନ୍ତି । ରାଜଧାନୀ କିଭର କିଛି ଅଞ୍ଚଳରେ ମଧ୍ୟ ଜୋରଦାର ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଆକାଶମାର୍ଗରୁ ଆକ୍ରମଣ ନେଇ ୟୁକ୍ରେନରେ ହାଇଆଲର୍ଟ ଜାରି କରାଯାଇଛି । ଗତକାଲି ରାତିରେ ଋଷର ରାଷ୍ଟ୍ରପତି ଭବନ ଉପରେ ୟୁକ୍ରେନ ଡ୍ରୋନରେ ଆକ୍ରମଣ କରିଥିଲା । ଦୁଇଟି ଡ୍ରୋନକୁ ଗୁଳିକରି ଖସାଇଦେଇଥିବା ବି ରୁଷ ଦାବି କରିଥିଲା । ତେବେ ଏହି ଆକ୍ରମଣରେ ପୁଟିନ ସୁରକ୍ଷିତ ଅଛନ୍ତି । ଋଷ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଏହା ହେଉଛି ଆତଙ୍କବାଦୀ ଆକ୍ରମଣ । ଆଉ ଏହାର କଡା ଜବାବ ଦେଇଛି ମସ୍କୋ । ବୟାନରେ କୁହାଯାଇଛି, ୯ ମେ’ରେ ବିଜୟ ଦିବସ ପରେଡ ପୂର୍ବରୁ ଏଭଳି ଆକ୍ରମଣ ଉଦ୍ୟମ ହୋଇଛି ।