ରାଜଧାନୀ ଦିଲ୍ଲୀରେ ଝଟକିଲା ଓଡିଶାର କଳା ଓ ସଂସ୍କୃତି । ପ୍ରଗତି ମଇଦାନରେ ଆୟୋଜିତ ହୋଇଛି ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୨ । ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ସାଜିଛି ଓଡ଼ିଶା ପାଭିଲିୟନ୍ । ଓଡ଼ିଶା ପାଭିଲିୟନରେ ୨୪ଟି ଷ୍ଟଲ ପଡିଥିବା ବେଳେ ଟେରାକୋଟା, କଫି, ଟସର ଶିଳ୍ପ ଆଦିରେ ସମୃଦ୍ଧ ହୋଇଛି ପ୍ରଦର୍ଶନୀ । ଏହାସହ ଝଟକୁଛି ଓଡ଼ିଆ ଜାତିର ମଉଡମଣି ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି । କଟକ ତାରକସି, ରାଜ୍ୟ ସରକାରଙ୍କ ମିଲେଟ୍ ମିଶନ ସହିତ ଓରମାସ, ମିଶନ ଶକ୍ତି, ବୟନିକା, ଉତ୍କଳିକା ଓ ନୂତନ ଉଦ୍ୟୋଗୀଙ୍କ ଦ୍ଵାରା ନିର୍ମିତ ଷ୍ଟାର୍ଟଅପ୍ ମଧ୍ୟ ପ୍ରଦର୍ଶିତ ହୋଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା