ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ଆଜି ସରିବ ୩ ଅଭିଯୁକ୍ତଙ୍କ ରିମାଣ୍ଡ । ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବେ ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟରିଂ ଅରୁଣ ମହାନ୍ତି, ସେକ୍ସନ ଇଞ୍ଜିନିୟରିଂ ମହମ୍ମଦ ଅମ୍ମୀର ଖାନ ଓ ଟେକ୍ନିସିଆନ ପପୁ କୁମାର । ଗିରଫ ୩ ରେଳ ଅଧିକାରୀଙ୍କୁ ମାରାଥନ ଜେରା କରାଯାଇଛି । ସିଗନାଲ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ କେଉଁ ପରିସ୍ଥିତିରେ ଏମିତି ହେଲା, ଦୁର୍ଘଟଣା ପରେ କାହିଁକି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଚାଲିଥିଲା ଏନେଇ ଚାଲିଛି ତଦନ୍ତ । ସେପଟେ ୧୦ ଜଣ ରେଳବାଇ କର୍ମଚାରୀଙ୍କୁ ସମନ କରାଯାଇଛି । ଖୁବଶୀଘ୍ର ହାଜର ହୋଇ ସେମାନେ ନିଜର ପକ୍ଷ ରଖିବେ । ଅନ୍ୟ କିଛି କର୍ମଚାରୀଙ୍କୁ ପଚରାଉଚରା ପରେ ଛାଡ଼ି ଦେଇଛି ସିବିଆଇ । ରେଲୱେ ସେଫ୍ଟି କମିଶନଙ୍କ ତଦନ୍ତ ରିପୋର୍ଟ ସିବିଆଇ ତଦନ୍ତରେ ବେଶ ସହାୟକ ହେଉଥିବା ଜଣାପଡ଼ିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା