ଆଉ ମାତ୍ର ୬ ଦିନ ଚନ୍ଦ୍ର ପୃଷ୍ଠରେ ଚଳ ପ୍ରଚଳ କରିବ ପ୍ରଜ୍ଞାନ । ସରି ଆସୁଛି ରୋଭର ପ୍ରଜ୍ଞାନର ଆୟୁସ । ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ସୂର୍ଯ୍ୟକିରଣ ଚାଲିଗଲେ ଅଚଳ ହୋଇଯିବ ପ୍ରଜ୍ଞାନ । ଏହାକୁ ନେଇ ଇସ୍ରୋ ବୈଜ୍ଞାନିକ ଚିନ୍ତାରେ ରହିଥିବା ବେଳେ ପ୍ରତିଦିନ ରୋଭର ପ୍ରଜ୍ଞାନ ଦେଇଚାଲିଛି ଖୁସି ଖବର । ଭିନ୍ନ ଟେକନିକ ଜରିଆରେ ଚନ୍ଦ୍ରପୃଷ୍ଠରେ ସଲଫର ଥିବାନେଇ ସୂଚନା ଦେଇଛି ପ୍ରଜ୍ଞାନ । ପୂର୍ବରୁ ବି ସଲଫର ଥିବା ନେଇ ସୂଚନା ଦେଇଥିଲା ପ୍ରଜ୍ଞାନ । ରୋଭରରେ ରହିଥିବା ଆଲଫା ପାର୍ଟିକଲ ଏକ୍ସ-ରେ ସ୍ପକ୍ଟ୍ରୋସ୍କୋପ ବା APXS ଜରିଆରେ ସଲଫର ଥିବା ନେଇ ପ୍ରଜ୍ଞାନ ସୂଚନା ଦେଇଛି । ସେପଟେ ଏକ ନିରାପଦ ରୁଟ୍ ସମ୍ପର୍କରେ ରୋଭର ଗବେଷଣା କରୁଛି । ଏହାର ରୋଟେସନର ଭିଜୁଆଲ କଏଦ କରିଛି ଲ୍ୟାଣ୍ଡର ଇମେଜ କ୍ୟାମେରା । ପିଆରଏଲ ଅହମ୍ମଦାବାଦର ସହଯୋଗରେ ପିଆରଏଲ ଅହମ୍ମଦାବାଦ ତିଆରି କରିଛି APXS ।
“The eyes believe themselves, the ears believe other people.”
More Stories
ଶାନ୍ତିରେ ଚା ପିଇଲେ କମୁଛି ମୃତ୍ୟୁ ହାର
ତୁରନ୍ତ ନିୟନ୍ତ୍ରଣରେ ଆସିବ ରକ୍ତଚାପ
ହଠାତ୍ ହୃଦଘାତରୁ ରକ୍ଷା ପାଇବାକୁ କରନ୍ତୁ ଏହି ଉପାୟ