The Topmost

“The eyes believe themselves, the ears believe other people.”

ଆଉ ପାଦେ ଆଗେଇଲା ବିରୋଧୀ ଏକତା !

ଆଉ ପାଦେ ଆଗେଇଲା ବିରୋଧୀ ଏକତା । ଆଜି ନୂଆଦିଲ୍ଲୀରେ ବସିବ ଇଣ୍ଡିଆ ମେଣ୍ଟର ଆଉ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକ ଡାକିଛନ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ଦିଲ୍ଲୀ ବାସଭବନରେ ବସିବ ଏହି ବୈଠକ । ମୁମ୍ବାଇରେ ମେଗାମେଳି ପରେ ଏହି ବୈଠକ ଗୁରୁତ୍ବ ବହନ କରୁଛି । ଲୋକସଭା ନିର୍ବାଚନ ଲାଗି ବିରୋଧୀ ମେଳି ବାନ୍ଧୁଥିବାବେଳେ ପରବର୍ତ୍ତୀ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବାକୁ ଯାଉଥିବାରୁ ମେଣ୍ଟର ରଣନୀତି ନେଇ ବୈଠକ ବସିଥିବା ସୂଚନା ମିଳିଛି । ଆସନ୍ତା ୧୮ରୁ ୨୨ ତାରିଖ ଯାଏ ସଂସଦ ଅଧିବେଶନ ବସିବ ବୋଲି ସରକାର ଘୋଷଣା କରିଛନ୍ତି । ଇଣ୍ଡିଆ ମେଣ୍ଟର ବୈଠକ ଏହା ପୂର୍ବରୁ ପାଟନା, ବେଙ୍ଗାଳୁରୁ ଓ ମୁମ୍ବାଇରେ ବସିସାରିଛି । ଆସନ୍ତା ୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବାକୁ ଯାଉଥିବାବେଳେ ଆଜି ବସିବ କଂଗ୍ରେସ ସଂସଦୀୟ ଦଳ ବୈଠକ । ସଂସଦରେ କଂଗ୍ରେସର ରଣନୀତି ନିର୍ଦ୍ଧାରଣ ଲାଗି କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ ବୈଠକ ଡାକିଛନ୍ତି ।