ଫେମସ୍ ପପ୍ ଷ୍ଟାର ମୁନବିନ୍ ଆଉ ନାହାନ୍ତି । ମାତ୍ର ୨୫ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ହେଲେ ମୁନବିନ୍ଙ୍କ ଏପରି ଅକାଳ ବିୟୋଗକୁ ତାଙ୍କ କୋଟି କୋଟି ଫ୍ୟାନ୍ସ ସହଜେ ଗ୍ରହଣ କରିପାରୁ ନାହାନ୍ତି । ସାଉଥ କୋରିଆର ଏହି ପପୁଲାର କେ- ପପ୍ଷ୍ଟାର ତଥା ଆଷ୍ଟ୍ରୋ ଷ୍ଟାରଙ୍କ ମୃତଦେହ ସିଓଲର ଗାଙ୍ଗନାମ୍-ଗୁସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୁନବିନ୍ଙ୍କ ମ୍ୟାନେଜର ତୁରନ୍ତ ପୋଲିସ୍କୁ ଖବର ଦେଇଥିଲେ । ମୁନବିନଙ୍କ ମୃତ୍ୟୁର କାରଣ ଜଣା ପଡ଼ି ନ ଥିଲେ ବି ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ପୋଲିସ୍ ଏହାର ତଦନ୍ତ ଆରମ୍ଭ କରିଥିଲେ ବି ମୃତ୍ୟୁ ପଛର କାରଣ ଜାଣିପାରିନି।
More Stories
ଶୀତରୁ ବଞ୍ଚିବାର ସହଜ ଉପାୟ
କାହିଁକି ଅଟକିଲା ସାହିତ୍ୟ ଅକାଡେମୀ ଆୱାର୍ଡ
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ