The Topmost

“The eyes believe themselves, the ears believe other people.”

ଆଉନାହାନ୍ତି ପରୋପକାରୀ ଓ ସ୍ନେହଶୀଳା ଇଂଜିନିୟର ପଲ୍ଲବୀ

ଆରପାରିରେ ଇଂଜିନିୟର ପଲ୍ଲବୀ । ନ୍ୟାସନାଲ ଗ୍ରୀନ୍ ଟ୍ରିବୁନାଲରେ ଯୋଗଦାନ କରି କୋଲକତା ଶାଖାରେ କାର୍ଯ୍ୟରତ ଥିବା ବେଳେ କ୍ୟାନ୍ସରରେ ପୀଡ଼ିତ ହୋଇଥିଲେ ପଲ୍ଲବୀ । ଗତ ୨୨ ତାରିଖରେ ସେ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ଆରପାରିକୁ ଚାଲିଯାଇଛନ୍ତି । ସେ ଯେପରି ମେଧାବୀ ସେହିପରି ପରୋପକାରୀ ଓ ସ୍ନେହଶୀଳା ଥିଲେ । ତା’ର ଆବର୍ତ୍ତମାନ ଆମ ପରିବାର ପାଇଁ ଅବର୍ଣ୍ଣନୀୟ ଦୁଃଖର କାରଣ ।

ପଲ୍ଲବୀ ନିଜ ଦରମାରୁ ଅସହାୟ ଓ ପୀଡ଼ିତ ମାନଙ୍କ ସାହାଯ୍ୟ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଷୟ ପାତ୍ର ଫାଉଣ୍ଡେସନକୁ କିଛି କିଛି ଅର୍ଥ ପ୍ରେରଣ କରୁଥିଲେ । ଯେଉଁଥିରୁ ତାଙ୍କୁ ଅନେକ ଆନନ୍ଦ ମିଳୁଥିଲା । ତାଙ୍କର ଅମର ଆତ୍ମାର ଶାନ୍ତି ପାଇଁ ପତିତପାବନ ସେବାସଂଘ ଆନୁକୂଲ୍ୟରେ ଚଅଁରପଦା ଠାରେ ସ୍ଥାପିତ ଓ ପରିଚାଳିତ ଭିନ୍ନକ୍ଷମ ବିଦ୍ୟାଳୟ ଓ ବୃଦ୍ଧାଶ୍ରମର ଅନ୍ତେବାସୀ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି ।

ଏହି ସୁଯୋଗ ପ୍ରଦାନ କରିଥିବାରୁ ସଂଘର ପରିଚାଳନା ସମିତି ଓ କର୍ମଚାରୀ, ବିଶେଷ କରି ଶ୍ରୀଯୁକ୍ତ ଜଗତ ସାବତଙ୍କୁ ପଲ୍ଲବୀଙ୍କ ପରିବାର ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

SHARE BY