ଆଇପିଏଲ ୨୦୨୪ ପାଇଁ ମଙ୍ଗଳବାର ହେବ ଦୁବାଇରେ ନିଲାମୀ । ଏଥର ବିସିସିଆଇ ନୂଆ ଯୋଜନା କରିଛି । ଯେଉଁଥିରେ ଅନକ୍ୟାପ ଖେଳାଳିଙ୍କ ପାଇଁ ମଧ୍ୟ ଅଧିକ ପ୍ରୋତ୍ସାହିତ ରାଶିର ବ୍ୟବସ୍ଥା କରାଯିବ । ଏହାଦ୍ବାରା ଭାରତୀୟ ଅନକ୍ୟାପ ଖେଳାଳି ଉପକୃତ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ଆଇପିଏଲ ଅନକ୍ୟାପ ଖେଳାଳି ଟିମ ଇଣ୍ଡିଆରେ ସାମିଲ ହେଲେ ଫ୍ରଞ୍ଚାଇଜମାନେ ପ୍ରଥମେ ପ୍ରଥମେ କେବଳ ମ୍ୟାଚ ଫିସ ହିଁ ଦେଉଥିଲେ । ଏବେ ଯଦି କୌଣସି ଆଇପିଏଲ ଅନକ୍ୟାପ ଖେଳାଳି ଅନ୍ତର୍ଜାତୀୟ ମ୍ୟାଚ ଖେଳୁଛନ୍ତି ତେବେ ତାଙ୍କୁ ଅଧିକ ଦରମା ମିଳିବ। ଅର୍ଥାତ ପୂର୍ବରୁ କୌଣସି ଅନକ୍ୟାପ ଖେଳାଳି ଆଇପିଏଲ ବିଡିଂରେ ଯେତିକି ମୂଲ୍ୟରେ କିଣାଯାଇଥିବେ ସେହି ଅନୁସାରେ ହିଁ ତିନି ବର୍ଷ ଯାଏଁ ଦରମା ମିଳୁଥିଲା । ଏବେ ନୂଆ ନିୟମ ଅନୁସାରେ ପ୍ରଥମ ବର୍ଷରୁ ଦ୍ବିତୀୟ ବର୍ଷ ମଧ୍ୟରେ ଯଦି କୌଣସି ଅନକ୍ୟାପ ଖେଳାଳି ଟିମ ଇଣ୍ଡିଆ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ ଖେଳନ୍ତି ତେବେ ଆଇପିଏଲରେ ତାଙ୍କୁ ସେହି ଅନୁସାରେ ଦରମା ମିଳିବ । ତିନି ବର୍ଷଯାକ ଏହି ଦରମା ନିୟମିତ ଭାବେ ସମୀକ୍ଷା କରି ବୃଦ୍ଧି କରାଯିବ । ଏଥର ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୩୩୩ ସର୍ଟଲିଷ୍ଟେଡ ଖେଳାଳି । ଯେଉଁଥିରେ ୨୧୪ ଜଣ ଭାରତୀୟ ଖେଳାଳି ସାମିଲ ଅଛନ୍ତି । ୩୩୩ ଖେଳାଳିରୁ ୧୧୬ କ୍ୟାପଡ ଓ ୨୧୫ ଅନକ୍ୟାପଡ ଖେଳାଳି ବିଡିଂରେ ସାମିଲ ହୋଇଛନ୍ତି । ସେହିପରି ୧୧୯ ବିଦେଶୀ ଖେଳାଳି ନିଲାମୀ ପ୍ରକ୍ରିୟାରେ ସାମିଲ ଥିବାବେଳେ ଇଂଲଣ୍ଡରୁ ସର୍ବାଧିକ ୨୫ ଖେଳାଳି ସାମିଲ ଅଛନ୍ତି ।
More Stories
ରଣଜୀ ଟ୍ରଫି ଖେଳିବେ କୋହଲି
ଖେଳରତ୍ନର ବିଜେତା ହେଲେ ଗୁକେଶ୍, ମନୁ..
ପୁଣି ବିଶ୍ବ ରେକର୍ଡ କଲେ ନିରଜ୍