The Topmost

“The eyes believe themselves, the ears believe other people.”

ଅସ୍ତ୍ରଶସ୍ତ୍ର କିଣାରେ ଭାରତ ପ୍ରଥମ

ଅସ୍ତ୍ରଶସ୍ତ୍ର କିଣାରେ ପୁଣି ପ୍ରଥମ ଦେଶ ପାଲଟିଛି ଭାରତ । ବିଶ୍ୱରେ ସବୁଠୁ ଅଧିକ ଅସ୍ତ୍ରଶସ୍ତ୍ର କିଣୁଥିବା ଦେଶ ମଧ୍ୟରେ ଭାରତର ନାଁ ଶୀର୍ଷରେ ରହିଛି । ଷ୍ଟକହୋମ ସ୍ଥିତ ଥିଙ୍କ ଟ୍ୟାଙ୍କ ‘ସିପରି’ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରୁ ଏହି ସୂଚନା ମିଳିଛି । ପ୍ରକାଶ ପାଇଥିବା ଏକ ରିପୋର୍ଟ ଆଧାରରେ, ୨୦୧୩-୨୦୧୭ ଏବଂ ୨୦୧୮-୨୦୨୨ ମଧ୍ୟରେ ଅସ୍ତ୍ରଶସ୍ତ୍ର କିଣିବା ୧୧ ପ୍ରତିଶତ ତଳକୁ ଖସିଥିଲେ ବି ନମ୍ବର ୱାନରେ ରହିଛି ଭାରତ। ରିପୋର୍ଟରେ ପାକିସ୍ତାନ କଥା ବି ଉଠିଛି। ଅସ୍ତ୍ରଶସ୍ତ୍ର କିଣାରେ ବିଶ୍ୱର ୮ମ ସ୍ଥାନରେ ରହିଥିବା ପାକିସ୍ତାନର ୨୦୧୮-୨୨ ମଧ୍ୟରେ ଅସ୍ତ୍ରଶସ୍ତ୍ର ଆମଦାନୀ୧୪ ପ୍ରତିଶତ ବୃଦ୍ଧି ହୋଇଛି। ଚାଇନା ଏହାର ମୁଖ୍ୟ ସପ୍ଲାୟର ରହିଛି।