January 15, 2026

ଅଶ୍ୱିନ ପୁର୍ଣ୍ଣିମାରେ ସଂଗଠିତ ହେବ ଚନ୍ଦ୍ରଗ୍ରହଣ

୨୦୨୩-୨୪ ବର୍ଷ ଲାଗି ଉମାକାନ୍ତ ଖଡୀରତ୍ନଙ୍କ ଅସଲି ଖଡୀରତ୍ନ ପଞ୍ଜିକା ପ୍ରକାଶ ପ‌ାଇଛି। ୧୮୬୫ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି  ପାଞ୍ଜି ଓଡ଼ିଶାର ଅନ୍ୟତମ ପୁରାତନ ପାଞ୍ଜି ଭାବରେ ବେଶ୍ ଜଣାଶୁଣା । ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଚଳିତ ଏବଂ ପୁରୀ ଗଜପତିଙ୍କଠାରୁ ଏକମାତ୍ର ‘ଖଡ଼ୀରତ୍ନ’ ଉପାଧି ପ୍ରାପ୍ତ ଏହି ପାଞ୍ଜିର ରହିଛି ଅନେକ ବିଶେଷତ୍ବ। ତେବେ ଚଳିତ ବର୍ଷ ତିଥି ନକ୍ଷତ୍ର ଯୋଗ କାରଣ ତଥା ବାର ଇତ୍ୟାଦି ପଞ୍ଚାଙ୍ଗ ଏବଂ ଜ୍ୟୋତିଷ ସମ୍ବନ୍ଧିତ ତଥ୍ୟ ସହ ଦୈନିକ ସୁର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ଚନ୍ଦ୍ରଦୃଶ୍ୟ ସମୟ ପ୍ରଦତ୍ତ ରହିଛି । ଦ୍ବିତୀୟରେ, ଚଳିତ ବର୍ଷ ବୃହସ୍ପତିଙ୍କର ଅପ୍ରେଲ ୨୧ ତାରିଖରେ ମେଷ ରାଶିକୁ ସଂଚାର ସହ ଶୁଭାଶୁଭ ଏବଂ ରାହୁ କେତୁଙ୍କର ନଭେମ୍ବର ୨୮ ତାରିଖରେ ଯଥାକ୍ରମେ ମୀନ ଓ କନ୍ୟା ରାଶିକୁ ସଂଚାର ସହ ଶୁଭାଶୁଭ ଏବଂ ଅଶୁଭ ନିରାକରଣ ପ୍ରଦତ୍ତ ରହିଛି । ତୃତୀୟରେ, ଚଳିତ ବର୍ଷ ଭୂପୃଷ୍ଠରେ ଚାରିଗୋଟି ଗ୍ରହଣ ସଂଗଠିତ ହେଉଥିଲେ ମଧ୍ୟ ଓଡ଼ିଶା ତଥା ଭାରତକୁ ଅକ୍ଟୋବର ୨୮ ତାରିଖ ଶନିବାର, ଅଶ୍ୱିନ ପୁର୍ଣ୍ଣିମାରେ ସଂଗଠିତ ହେବାକୁ ଥିବା ଚନ୍ଦ୍ରଗ୍ରହଣ ଦୃଶ୍ୟ ଏବଂ ପାଳନୀୟ । ଏହି ଚନ୍ଦ୍ରଗ୍ରହଣର ସ୍ପର୍ଶ ମୋକ୍ଷାଦି ତଥ୍ୟ ସହ ଦେବନୀତି ପାକକର୍ମ ଆଦିର ସମୟ ଭାରତୀୟ ସାଧାରଣ ସମୟ ଅନୁସାରେ ପ୍ରଦତ୍ତ ରହିଛି ।

SHARE BY