The Topmost

“The eyes believe themselves, the ears believe other people.”

ଅଶୋକ ଗେହଲଟ ହେବେ କଂଗ୍ରେସ ଅଧ୍ୟକ୍ଷ

ଅଶୋକ ଗେହଲଟ ହେବେ କଂଗ୍ରେସ ଅଧ୍ୟକ୍ଷ । ଏନେଇ ମଙ୍ଗଳବାର ବିଳମ୍ବିତ ରାତିରେ ରାଜସ୍ଥାନ କଂଗ୍ରେସର ବିଧାୟକଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ବୈଠକରେ କେଉଁ ପ୍ରସଙ୍ଗରେ ଆଲୋଚନା ହେଲା ତାକୁ ନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ସମର୍ଥନ ଜୁଟେଇବା ପାଇଁ ଆଲୋଚନା ହୋଇଥିବା ଚର୍ଚ୍ଚା ହୋଇଛି । ୨୦ ବର୍ଷ ପରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରୁଛି କଂଗ୍ରେସ । ରେସ୍‌ରେ ରହଛନ୍ତି ଶଶି ଥରୁର ଏବଂ ଅଶୋକ ଗେହଲଟ । ଏଆଇସିସିର ପରବର୍ତ୍ତୀ ସଭାପତିକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ରାହୁଲ ଗାନ୍ଧିଙ୍କ ନାଁକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ବିଭିନ୍ନ ରାଜ୍ୟରୁ ରାହୁଲଙ୍କୁ ସମର୍ଥନ ମିଳିଛି । ସେପଟେ ଆସନ୍ତା ସୋମବାର ପ୍ରାର୍ଥିପତ୍ର ଦାଖଲ କରିବେ ଅଶୋକ ଗେହଲଟ । ଅନ୍ୟପଟେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବାକୁ ଶଶୀ ଥରୁରଙ୍କୁ ସୋନିଆ ଗାନ୍ଧି ଗ୍ରୀନ ସିଗନାଲ ଦେଇଛନ୍ତି । ତେବେ ଆସନ୍ତା ମାସରେ କଂଗ୍ରେସର ସଭାପତି ନିର୍ବାଚନ ହେବ ।