The Topmost

“The eyes believe themselves, the ears believe other people.”

ଅଶାନ୍ତ ଆମେରିକା: ଓ୍ୱାଶିଂଟନ୍ ରେଣ୍ଟନ୍ ସହରରେ ଗୁଳିକାଣ୍ଡ

ଅଶାନ୍ତ ଆମେରିକାରେ ଗୁଳିକାଣ୍ଡ ଥମିବାର ନାଁ ନେଉନାହିଁ । ଏଠାରେ ଗୁଳିକାଣ୍ଡ ଘଟଣା ସାଧାରଣ କଥା ହୋଇଗଲାଣି । ଏହାରିଭିତରେ ଓ୍ୱାଶିଂଟନର ରେଣ୍ଟନ୍ ସହରରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ପ୍ରାଣ ହରାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ସିଏନଏନ ରିପୋର୍ଟ ଅନୁସାରେ ଶନିବାର ସକାଳେ ରିଣ୍ଟେନ ସହରରେ ଗୁଳିକାଣ୍ଡ ଘଟଥିଲା । ଯେଉଁଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି । ତେବେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ କିଏ ଓ କାହିଁକି ଏଭଳି ଗୁଳିମାଡ କରିଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ । ଯାହାକୁନେଇ ଘଟଣାର ତଦନ୍ତ ଜାରି ରହିଛି ।