The Topmost

“The eyes believe themselves, the ears believe other people.”

ଅଶାନ୍ତ ଆମେରିକାରେ ଥମୁନି ବନ୍ଧୁକ ଆତଙ୍କ

ଆମେରିକାରେ ଥମୁନି ବନ୍ଧୁକ ଆତଙ୍କ । ଗତ କିଛି ମାସ ଧରି ଆମେରିକାର ବିଭିନ୍ନ ସ୍ଥାନରେ ଗୁଳିକାଣ୍ଡ ଘଟି ଲୋକଙ୍କ ମନରେ କୋକୁଆ ଭୟ ବସା ବାନ୍ଧିଗଲାଣି । ଫଳରେ ଘରୁ ବାହାରିବାକୁ ସୁରକ୍ଷିତ ମଣୁନାହାଁନ୍ତି ସାଧାରଣ ଲୋକେ । କାରଣ କେଉଁ ବେଶରେ ଲୁଚିରହିଥିବ ଆକ୍ରମଣକାରୀ କେଉଁଠି କେତେବେଳେ ଆକ୍ରମଣ କରିବ କେହି କହିପାରୁନାହାଁନ୍ତି । ଆମେରିକା ଇଣ୍ଡିଆନାର ଗ୍ରୀନବୁଲ ପାର୍କ ମଲରେ ଆଉ ଏକ ଗୁଳିକାଣ୍ଡ ଘଟିଛି । ଏଠାରେ ଜଣେ ଦୁର୍ବୃତ୍ତ ଅଚାନକ ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଦୁର୍ବୃତ୍ତ ଜଣକ ନିଜକୁ ମଧ୍ୟ ଗୁଳିକରିବାରୁ ସେଠାରେ ତା’ର ମୃତ୍ୟୁ ହୋଇଛି ।