The Topmost

“The eyes believe themselves, the ears believe other people.”

ଅଳ୍ପକେ ବର୍ତ୍ତିଲେ ମହମ୍ମଦ ଆବାସ

ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବାସଙ୍କ କାରକେଡ ଉପରେ ଆକ୍ରମଣ , ଅଳ୍ପକେ ବର୍ତ୍ତିଲେ ଆବାସ । ଗୁଳିମାଡ଼ରେ ଜଣେ ସୁରକ୍ଷା କର୍ମୀ ଗୁରୁତର ହୋଇଥିବାବେଳେ ଆକ୍ରମଣ ଲାଗି ନିଜକୁ ଦାୟୀ କରିଛି ସନସ୍ ଅଫ ଆବୁ ଜନ୍ଦଲ । ଇସ୍ରାଏଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଓ୍ବେଷ୍ଟବ୍ୟାଙ୍କ ସ୍ଥିତ ଏହି ସଂଗଠନ 24 ଘଣ୍ଟାର ମହଲତ ଦେବା ପରେ ଆବାସଙ୍କ ଉପରେ ଏହି ହମଲା ହୋଇଛି । ତେଣେ ହମାସର ବହୁ ଟନେଲଗୁଡିକ ଉପରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି । ଯୁଦ୍ଧ ବନ୍ଦ ଲାଗି ଗ୍ରୁପ-୭ର ବୈଠକ ଉପରେ ଜୋର ଦେଇଛନ୍ତି ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ । ଗତ ରବିବାର ଓ୍ବେଷ୍ଟବ୍ୟାଙ୍କରେ ବ୍ଲିଙ୍କେନଙ୍କ ସହ ଆବାସଙ୍କ ଆଲୋଚନା ପରେ ପରେ ଏହି ଆକ୍ରମଣ ସମସ୍ତ ଶାନ୍ତି ପ୍ରକ୍ରିୟାରେ ବାଧା ସୃଷ୍ଟି କରିଛି । ସେପଟେ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ଲାଗି ନିଜକୁ ଦାୟୀ କରିଛି ହମାସର ମିଲିଟାରୀ ଶାଖ ଇଜ-ଅଲ୍-ଦିନ- ଅଲ୍ କସମ ବ୍ରିଗେଡ । ତେଣେ ଗାଜା ଷ୍ଟ୍ରିପ ମଧ୍ୟକୁ ପ୍ରବେଶ କରି ଧ୍ବଂସକ୍ରିୟା ଜାରି ରଖିଛନ୍ତି ଇସ୍ରାଏଲର ବହୁ ଯୁଦ୍ଧବିମାନ । ଇସ୍ରାଏଲ ଆକ୍ରମଣରେ ଓ୍ବେଷ୍ଟବ୍ୟାଙ୍କରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ପ୍ରାଣ ହରାଇଲେଣି ୪୮ ସାମ୍ବାଦିକ ।