The Topmost

“The eyes believe themselves, the ears believe other people.”

ଅଳ୍ପକେ ବର୍ତ୍ତିଲେ ବିମାନର ୧୮୪ ଯାତ୍ରୀ

  1. ଇଣ୍ଡିଗୋ ବିମାନରେ ନିଆଁ । ଅଳ୍ପକେ ବର୍ତ୍ତିଲେ ବିମାନର ୧୮୪ ଯାତ୍ରୀ । ଦିଲ୍ଲୀ ବିମାନ ବନ୍ଦରରେ ଇଣ୍ଡିଗୋ ବିମାନ ଉଡାଣ ଭରୁଥିବା ବେଳେ ବିମାନରେ ନିଆଁ ଲାଗିଯାଇଥିଲା । ବିମାନ ଟେକ୍ ଅଫ କରିବାର କିଛି ସେକେଣ୍ଡ ପୂର୍ବରୁ ବିମାନର ଇଞ୍ଜିନରେ ନିଆଁ ଲାଗିଯାଇଥିବା ଜଣାପଡିଥିଲା । ଜଣେ ଯାତ୍ରୀ ନିଆଁ ଲାଗିବାର ଭିଡିଓ ଟୁଇଟରରେ ସେୟାର କରିଥିବା ଦେଖିବାକୁ ମିଳିଛି । ଯେଉଁଥିରେ ବିମାନର ଇଞ୍ଜିନରେ ନିଆଁ ଲାଗିଯାଇଥିବା ବେଳେ ଲୋକେ ଭୟଭୀତ ହୋଇପଡିଥିବା ଦେଖିବାକୁ ମିଳିଛି । ନିଆଁ ଲାଗିଥିବା ଜାଣିବା ପରେ ପାଇଲଟ ବିମାନକୁ ଅଟକାଇ ଦେଇଥିଲେ । ଘଟଣା ସ୍ଥଳେ ଅଗ୍ନିଶମ ବିଭାଗ ଟିମ୍ ପହଂଚି ନିଆଁକୁ ଆୟତ କରିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।