ପୁରାଣ ଯୁଗର କଥା, ଶ୍ରୀକୃଷ୍ଣଙ୍କ ପତ୍ନୀମାନେ ସରୋବରରେ ଏକଦା ସ୍ନାନ କରୁଥିଲେ। ଶ୍ରୀକୃଷ୍ଣ ପୁତ୍ର ଶାମ୍ବ ଏଇ ପଥଦେଇ ଗଲାବେଳେ ସେମାନଙ୍କ ଯୌବନ ଦର୍ଶନରେ କାମ ସବାପର୍ଣ୍ଣ ହେଲେ। ଶ୍ରୀକୃଷ୍ଣ ଏହାଜାଣି ମାତୃ ସମ୍ଭୋଗ ଅପରାଧରେ ଶାମ୍ବଙ୍କୁ କୁଷ୍ଠ ବ୍ୟାଧି ଅଭିଶାପ ଦେଲେ। ନିଜ ପାପରୁ ମୁକ୍ତି ପାଇଁ ଶାମ୍ବ ସୂର୍ଯ୍ୟ ଦେବଙ୍କୁ ତପସ୍ୟା କରି ବ୍ୟାଧି ମୁକ୍ତ ହୋଇଥିଲେ। ପୁରାଣ ଯୁଗର କଥା, ଶ୍ରୀକୃଷ୍ଣଙ୍କ ପତ୍ନୀମାନେ ସରୋବରରେ ଏକଦା ସ୍ନାନ କରୁଥିଲେ। ଶ୍ରୀକୃଷ୍ଣ ପୁତ୍ର ଶାମ୍ବ ଏଇ ପଥଦେଇ ଗଲାବେଳେ ସେମାନଙ୍କ ଯୌବନ ଦର୍ଶନରେ କାମ ସବାପର୍ଣ୍ଣ ହେଲେ। ଶ୍ରୀକୃଷ୍ଣ ଏହାଜାଣି ମାତୃ ସମ୍ଭୋଗ ଅପରାଧରେ ଶାମ୍ବଙ୍କୁ କୁଷ୍ଠ ବ୍ୟାଧି ଅଭିଶାପ ଦେଲେ। ନିଜ ପାପରୁ ମୁକ୍ତି ପାଇଁ ଶାମ୍ବ ସୂର୍ଯ୍ୟ ଦେବଙ୍କୁ ତପସ୍ୟା କରି ବ୍ୟାଧି ମୁକ୍ତ ହୋଇଥିଲେ।ଶାମ୍ବ ଯେଉଁ ସ୍ଥାନରେ ସୂର୍ଯ୍ୟଙ୍କୁ ତପସ୍ୟା କରୁଥିଲେ ସେ ସ୍ଥାନର ନାମ ସୂର୍ଯ୍ୟ ମନ୍ଦିର ( କୋଣାର୍କ) ବୋଲି ପରିଚିତ ହେଲା।
ପୁରାଣର କଥାକୁ ଜାଣିବା ପରେ ଉତ୍କଳର ଗଙ୍ଗବଂଶୀ ରାଜା ଲାଙ୍ଗୁଳା ନରସିଂହ ଦେବ କୋଣାର୍କରେ ସୂର୍ଯ୍ୟଙ୍କ ପୂଜା ପାଇଁ ମନ୍ଦିର ନିର୍ମାଣ କରିଥିଲେ। ମନ୍ଦିର ନିର୍ମାଣ ପାଇଁ ୧୨ଶହ କାରିଗର ନିଯୁକ୍ତ ହୋଇଥିଲେ ଏବଂ ୧୨ବର୍ଷରେ ମନ୍ଦିର ସଂପୂର୍ଣ୍ଣ କରିଥିଲେ।କିଛି ଦଶନ୍ଧୀ ପରେ ମୋଗଲ ରାଜା କଳାପାହାଡ଼ ଓଡ଼ିଶା ଆକ୍ରମଣ କରି କୋଣାର୍କ ମନ୍ଦିରର କିଛି ଅଂଶ ଭାଙ୍ଗି ଦେଇଥିଲେ, ପରେ ରାମଚଣ୍ଡୀ ମନ୍ଦିର ଭାଙ୍ଗିବାକୁ ଯାଇଥିଲା ମାତ୍ର ମନ୍ଦିରରେ ଦେବୀଙ୍କ ପ୍ରତିମା ନଥିଲା। ସମୁଦ୍ରର କିଛି ଦୂରରେ ଦେବୀଙ୍କ ପ୍ରତିମୂର୍ତ୍ତି ଭାସୁଥିଲା । ଯାହାକୁ କଳାପାହାଡ଼ ନଷ୍ଟ କରିପାରିନଥିଲା। ଜଣେ ପୂଜକକୁ ସ୍ବପ୍ନ ହେବାପରେ ମନ୍ଦିର ନିର୍ମାଣ କରାଯାଇ ମା ରାମଚଣ୍ଡୀଙ୍କୁ ସମୁଦ୍ର ମଧ୍ୟରେ ପୂଜା କରାଗଲା। ତେବେ ଦେବୀମା ନିଜକୁ ସୁରକ୍ଷିତ ରକିବା ପାଇଁ ନିଜକୁ କଳାପାହାଡର କଦର୍ଯ୍ୟ ହାତରୁ ବଞ୍ଚୀଇବା ପାଇଁ ଦେବୀମା ନିଜକୁ ସମୁଦ୍ର ମଧ୍ୟରେ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଲେ। ତେବେ ସେହି ଦିନଠାରୁ ବଙ୍ଗୋପସାଗର ଉପକୂଳ ତଥା ଚନ୍ଦ୍ରଭାଗା ବେଳାଭୂମିକୁ ଲାଗି ରହିଛି କୋଣାର୍କ ସହର ଏବଂ ସେଠାରେ ପୂଜା ପାଉଛନ୍ତି ମା ରାମଚଣ୍ଡି।
https://thetopmost.in/sehnaaz-gill-going-to-debut-at-bollywood-with-the-super-star-salman-khan/
https://thetopmost.in/mahadev-can-save-you-from-shanidebs-bad-eye/
More Stories
ପ୍ୟାଣ୍ଟ ପଛ ପକେଟରେ ପର୍ସ ରଖୁଛନ୍ତି କି..
12ଟି ରାଶି ଉପରେ କଣ ରହିବ ମହାଶିବରାତ୍ରିର ପ୍ରଭବ
ଜାଣନ୍ତୁ ଶିବରାତ୍ରିର ପୂଜା ବିଧି, ମନ୍ତ୍ର, ସମୟ, ଉପବାସର ସମ୍ପୂର୍ଣ୍ଣ ନିୟମ