The Topmost

“The eyes believe themselves, the ears believe other people.”

ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ଭୟଙ୍କର ଅଗ୍ନିକାଣ୍ଡ

ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ଭୟଙ୍କର ଅଗ୍ନିକାଣ୍ଡ । ଇଟାନଗର ନାହାରଲଗୁନ ଠାରେ ଅଗ୍ନିକାଣ୍ଡ ଘଟି ୭୦୦ ରୁ ଅଧିକ ଦୋକାନ ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ କାହାର ଜୀବନ ଯାଇଥିବା ନେଇ କୌଣସି ସୂଚନା ମିଳିପାରି ନାହିଁ । ସୂଚନା ମୁତାବକ ଏହି ବଜାରର ଦୁଇଟି ଦୋକାନରେ ପ୍ରଥମେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ହେଲେ ଏହି ନିଆଁ ଏତେ ଭୟଙ୍କର ରୂପ ନେଇଥିଲା ଯେ, ଆଖି ପିଛୁଳାକେ ପୁରା ବଜାରର ସମସ୍ତ ଦୋକାନକୁ ବ୍ୟାପି ଯାଇଥିଲା । ଦମକଳବାହୀନି ଘଟଣା ସ୍ଥଳରେ ପହଞ୍ଚି ଶତ ଚେଷ୍ଟା କରିଥିଲେ ବି ନିଆଁକୁ ଆୟତ କରିବାରେ ସଫଳ ହୋଇପାରି ନଥିଲା ।