ମହା ଶିବରାତ୍ରୀ ଅବସରରେ ମଧ୍ୟପ୍ରଦେଶର ଉଜ୍ଜୟିନୀ ୧୮.୮୨ ଲକ୍ଷ ମାଟିଦୀପ ଜାଳି ନୂଆ ‘ଗିନିଜ୍’ ବିଶ୍ବ ରେକର୍ଡ ସୃଷ୍ଟି କରିଛି । ଏହାପୂର୍ବରୁ, ଗତବର୍ଷ ଦୀପାବଳିରେ ସର୍ବାଧିକ ଦୀପ ପ୍ରଜ୍ଜ୍ବଳନ କରି ଉତ୍ତର ପ୍ରଦେଶର ଅଯୋଧ୍ୟା ‘ଗିନିଜ୍’ ରେକର୍ଡ କରିଥିଲା। ସେଦିନ ଅଯୋଧ୍ୟାରେ ପ୍ରାୟ ୧୫.୭୬ ଲକ୍ଷ ଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା । ‘ଗିନିଜ୍ ୱାଲର୍ଡ ରେକର୍ଡ’ର ବିଚାରପତି ସ୍ବପ୍ନିଳ ଦଙ୍ଗରିକର୍ କହିଛନ୍ତି, ଦ୍ବୀପଗୁଡ଼ିକ ସର୍ବନିମ୍ନ ୫ ମିନିଟ୍ ପାଇଁ ଜଳିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ତାହା ସଫଳତାର ସହ ସମ୍ପାଦିତ ହୋଇଛି । ମୁଖ୍ୟତଃ କ୍ଷିପ୍ରା ନଦୀ କୂଳେ କୂଳେ ପ୍ରଦର୍ଶନ କରାଯାଇଥିବା ଏହି ଦୀପ ପ୍ରଜ୍ଜ୍ବଳନ କାର୍ଯ୍ୟକ୍ରମରେ ପ୍ରାୟ ୨୦, ୦୦୦ରୁ ଅଧିକ ସ୍ବେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ଏବଂ ତାଙ୍କ ପତ୍ନୀ ମଧ୍ୟ ଯୋଗ ଦେଇଥିଲେ । ସହରର ସରକାରୀ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଶନିବାର ଦିନ ଆୟୋଜିତ ଏହି ସମଗ୍ର କାର୍ଯ୍ୟକ୍ରମ ଥିଲା ସମ୍ପୂର୍ଣ୍ଣ ‘ଆବର୍ଜନା ରହିତ’। ଏଥିସହିତ ଉଜ୍ଜୟିନୀ ମଧ୍ୟ ‘ଶିବଜ୍ୟୋତି ଅର୍ପଣମ୍ ୨୦୨୩’ର ଶୁଭାରମ୍ଭ କରିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍