ଅଯୋଧ୍ୟା ଭଗବାନ ରାମଙ୍କ ଜନ୍ମସ୍ଥାନ । ଏହା ଦେଶର ଏକ ପବିତ୍ର ସହର ଭାବରେ ମାନ୍ୟତା ପାଇଛି । ଏଠାରେ ରାମ ନବମୀ ବହୁତ ଉତ୍ସାହ ସହକାରେ ପାଳନ କରାଯାଏ । ରାମ ନବମୀ ସମୟରେ, ସଙ୍ଗୀତର ଏକ ନିରନ୍ତର ଧାରା, ଏବଂ ଢୋଲ ଉତ୍ସବ ପାଳନ କରାଯାଇଥାଏ । ମନ୍ଦିର, ଘର, ଦୋକାନଗୁଡ଼ିକ ଏକ ସୁନ୍ଦର ଧାଡି ଡିଆ ଏବଂ ମହମବତୀ ସହିତ ଆଲୋକିତ କରାଯାଇଥାଏ । ଯାହା ଦେଖିବାକୁ ଆଖିକୁ ଅତି ସୁନ୍ଦର ଲାଗେ । ଏହା ବ୍ୟତୀତ ରାମ ନବମୀ ସମୟରେ ବହୁ ପାଣ୍ଡଲ ମଧ୍ୟ ସ୍ଥାପନ କରାଯାଇଥାଏ । ଅଯୋଧ୍ୟା ଏକ ମେଳା ଆୟୋଜିତ ହୋଇଥାଏ, ଯେଉଁଠାରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥାଏ । ଲୋକମାନେ ରଙ୍ଗୀନ ପତାକା ଧରି ଜୟ ଶ୍ରୀ ରାମ ନାରା ଦଇଥାନ୍ତି, ଏହାସହ ସଙ୍ଗୀତ ଏବଂ ଢୋଲ ସହିତ ତାଳଦେଇ ଚାଲିଥାନ୍ତି । କେବଳ ସେତିକି ନୁହେଁ, ପ୍ରଭୁ ରାମଙ୍କ ଜୀବନୀ ସହ ରାବଣ ବିରୋଧରେ ଲଢେଇକୁ ଚିତ୍ରଣ କରି ରାମଲୀଳା ମଧ୍ୟ ପ୍ରଦର୍ଶିତ ହୋଇଥାଏ । ନିଃସନ୍ଦେହ, ଅଯୋଧ୍ୟା ଭାରତରେ ରାମ ନବମୀ ଉତ୍ସବକୁ ସାକ୍ଷୀ ତଥା ପାଳନ କରିବାର ସର୍ବୋତ୍ତମ ସ୍ଥାନ ଅଟେ ।
More Stories
2025ର 2ଟି ବଡ ଚନ୍ଦ୍ରଗ୍ରହଣ
ମହାକୁମ୍ଭ ମେଳାର ମହତ୍ତ୍ବ..
ଆଜିଠୁ ଆରମ୍ଭ ମହାକୁମ୍ଭ ମେଳା..