The Topmost

“The eyes believe themselves, the ears believe other people.”

ଅଯୋଧ୍ୟାକୁ ଓଡ଼ିଶାରୁ ଗଡ଼ିପାରେ ୧୦ ସ୍ୱତନ୍ତ୍ର ‘ଆସ୍ଥା’ ଟ୍ରେନ୍

ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହାପରେ ଅଯୋଧ୍ୟାକୁ ସାରା ଦେଶରୁ ଭକ୍ତଙ୍କ ସୁଅ ଛୁଟିବ । ଦେଶର କୋଣ-ଅନୁକୋଣରୁ ଶ୍ରଦ୍ଧାଳୁ ଅଯୋଧ୍ୟାରେ ପହଞ୍ଚିବେ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭାରତୀୟ ରେଳବାଇ ଅଯୋଧ୍ୟାକୁ ‘ଆସ୍ଥା’ ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରାଇବ । ଏସବୁ ଟ୍ରେନ୍ ଦେଶର ୬୬ଟି ସ୍ଥାନରୁ ସିଧାସଳଖ ରେଳପଥରେ ଅଯୋଧ୍ୟା ସହ ଯୋଡ଼ିହେବ । ତେବେ ଓଡ଼ିଶାରୁ ମଧ୍ୟ ଅଯୋଧ୍ୟାକୁ ‘ଆସ୍ଥା’ ସ୍ପେଶାଲ ଟ୍ରେନ୍ ଚଳାଇବାକୁ ଦାବି ଜୋର ଧରିଛି । ମିଳିଥବା ସୂଚନାନୁସାରେ, ଓଡ଼ିଶାରୁ ଅଯୋଧ୍ୟାକୁ ପାଖାପାଖି ୧୦ଟି ସ୍ୱତନ୍ତ୍ର ‘ଆସ୍ଥା’ ଟ୍ରେନ୍ ଚାଲିପାରେ । ଏହି ଟ୍ରେନଗୁଡିକ ରାଜ୍ୟର ପୁରୀ, ଭୁବନେଶ୍ବର, କଟକ, ରାୟଗଡ଼ା, ସମ୍ବଲପୁର ଏବଂ ବାଲେଶ୍ବରରୁ ଚାଲିପାରେ । ପ୍ରତ୍ୟେକ ‘ଆସ୍ଥା’ ସ୍ପେଶାଲ ଟ୍ରେନରେ ୨୨ଟି କୋଚ୍ ରହିବ । ‘ଆସ୍ଥା’ ଟ୍ରେନ୍ ମାଧ୍ୟମରେ ଶ୍ରଦ୍ଧାଳୁ ସହଜରେ ଅଯୋଧ୍ୟାରେ ପହଞ୍ଚି ପାରିବେ । ଯାତ୍ରୀଙ୍କ ସଂଖ୍ୟା ଓ ଚାହିଦାକୁ ଦେଖି ପରବର୍ତ୍ତୀ ସମୟରେ ଟ୍ରେନ୍ ସଂଖ୍ୟା ବଢ଼ାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ସମଗ୍ର ଦେଶରେ ପ୍ରାୟ ୨୦୦ଟି  ‘ଆସ୍ଥା’ ସ୍ପେଶାଲ ଟ୍ରେନ୍ ଚଳାଚଳ କରିବ ।