ଧରାପଡୁନି ଖଲିସ୍ତାନୀ ସମର୍ଥକ ଆମ୍ରିତପାଲ ସିଂହ। ତାଙ୍କୁ ଧରିବା ପାଇଁ ପଞ୍ଜାବ ପୋଲିସ ନାକେଦମ୍ ହେଲାଣି । ଚାରିଆଡେ ହାଇଆଲର୍ଟ ଜାରି ରହିଛି। ଘନ ଘନ ଚେକିଂ ଓ ଚଢ଼ାଉ ବି ଜାରି ରହିଛି । ତଥାପି ୱାରିସ ପଞ୍ଜାବ ଦେ’ ମୁଖ୍ୟ ପୋଲିସକୁ ଚକ୍ମା ଦେଇ ଖସି ପଳାଇବାରେ ହୋଇଛି ସଫଳ । ଏହାରି ଭିତରେ ଅମ୍ରିତ ପାଲ ସିଂହର ଡ୍ରାଇଭର ଓ ଦାଦା ଆତ୍ମସମର୍ପଣ କରିଛନ୍ତି । ଅମ୍ରିତପାଲର ଦାଦା ହରଜିତ ସିଂହ ଓ ଡ୍ରାଇଭର ହରପ୍ରିତ ମେହତପୁର ଥାନା ଆସି ସରେଣ୍ଡର କରିଥିବା ଜଣାପଡିଛି । ଉଭୟଙ୍କ ପାଖରୁ ପୋଲିସ ଏକ ମର୍ସିଡିଜ କାର୍ ମଧ୍ୟ ଜବତ କରିଛି । ଏହି ଗାଡିରେ ହିଁ ଅମ୍ରିତପାଲ ଓ ତା’ ଦାଦା ଓ ଡ୍ରାଇଭର ଫେରାର ହୋଇଥିଲା ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର