ଭୁବନେଶ୍ୱର, କଟକରେ ଚିନ୍ତାଜନକ ପରିସ୍ଥିତି । ଅମାନିଆ ଦେଉନାହାଁନ୍ତି ଇ-ଚାଲାଣ ଜରିମାନା ରାଶି । କମିଶନରେଟ ପୁଲିସରେ ଭୁବନେଶ୍ୱର କଟକରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିବା ଅମାନିଆଙ୍କୁ ଜଗିବା ପାଇଁ ସିସିଟିଭି ଲଗାଯାଇଛି । ଏହି ସିସିଟିଭି ଫୁଟେଜ୍ ଅବା ଟ୍ରାଫିକ ପୁଲିସ ଦ୍ୱାରା ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ନମ୍ବର ଫଟୋ ଉଠାଇ ଇ-ଚାଲାଣ କଟାଯାଉଛି । ହେଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଅମାନିଆ ଏହି ଇ-ଚାଲାଣ ତଥା ଜରିମାନା ରାଶି ପୈଠ କରୁନାହାଁନ୍ତି । ଫଳରେ ଇ-ଚାଲାଣ ବ୍ୟବସ୍ଥା ଏକପ୍ରକାର ପ୍ରହସନ ପାଲଟିଯାଇଛି । ଏହି ମାମଲା କୋର୍ଟକୁ ଯାଉଥିଲେ ମଧ୍ୟ କିଛି ସୁଫଳ ମିଳୁନାହଁ । କେବଳ କୋର୍ଟ ଉପରେ ଚାପ ବଢୁଛି । କୋର୍ଟ ଉଲ୍ଲଙ୍ଘନକାରୀଙ୍କୁ ହାଜର ହେବାକୁ ବାରମ୍ବାର ସମନ ପଠାଉଥିଲେ ମଧ୍ୟ କେହି ଏଥିପ୍ରତି ଖାତିର କରୁନାହାଁନ୍ତି । ଫଳରେ କୋର୍ଟ ଚାପଗ୍ରସ୍ତ ହେବା ସହ ଟ୍ରାଫିକ୍ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା