The Topmost

“The eyes believe themselves, the ears believe other people.”

ଅମରନାଥରେ ‘ଷ୍ଟିକି ବମ୍’କୁ ନେଇ ଆତଙ୍କବାଦୀଙ୍କ ଷଡଯନ୍ତ୍ର


() ଅମରନାଥ ଯାତ୍ରା ତାରିଖ ପାଖେଇ ଆସୁଥିବାବେଳେ ‘ଷ୍ଟିକି ବମ୍’କୁ ନେଇ ବଢିଲାଣି ଚିନ୍ତା । ‘ଷ୍ଟିକି ବମ୍’କୁ ନେଇ ଆତଙ୍କବାଦୀମାନେ ବଡ ଧରଣର ଷଡଯନ୍ତ୍ର ରଚୁଥିବା ଜଣାପଡିଛି । ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ‘ଷ୍ଟିକି ବମ୍’ ଏପରି ଏକ ବିସ୍ଫୋଟକ ଯାହାକୁ ତିର୍ଥଯାତ୍ରାରେ ଆସୁଥିବା ଲୋକଙ୍କ ଗାଡିରେ ଲଗାଇ ଦୂରରୁ ବିସ୍ଫୋରଣ କରାଯାଇପାରିବ । ଏହି ବମ୍ ଯେକୌଣସି ଗାଡିରେ ଅତି ସହଜରେ ଲଗାଯାଇପାରିବ । ତିର୍ଥ କରିବାକୁ ଯାଉଥିବା ସାଧାରଣ ନାଗରିକଙ୍କୁ କିଛି ବି ଜଣାପଡିବ ନାହିଁ କିନ୍ତୁ ଅଚାନକ ବିସ୍ଫୋରଣ ହୋଇଯିବ ।

ତେଣୁ ଏହାକୁ ନେଇ ସାଧାରଣରେ ଚିନ୍ତା ବଢିବାରେ ଲାଗିଛି । ଅମରନାଥ ଯାତ୍ରା ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ସେନା ଅଧିକାରୀଙ୍କ କହିବା ଅନୁସାରେ, ଗତ କିଛି ଦିନ ତଳେ କିଛି ‘ଷ୍ଟିକି ବମ୍’ ଜବତ କରାଯାଇଛି । କୁହାଯାଉଛି କାଶ୍ମୀର ଘାଟିରେ ସକ୍ରିୟ ରହିଥିବା ଆତଙ୍କବାଦୀଙ୍କ ନିକଟରେ ଏହି ବମ୍ ରହିଛି । କାରଣ ଗତ କିଛି ଦିନ ପୂର୍ବରୁ ପାକିସ୍ତାନରୁ ଉଡାଣ ଭରିଥିବା ଏକ ଡ୍ରୋନରେ ଯାନ୍ତ୍ରୀକ ତ୍ରୁଟି ଦେଖାଯିବା କାରଣରୁ ଡ୍ରୋନଟି କଠୁଆ ଜିଲ୍ଲାରେ ଖସିପଡିଥିଲା । ଆଉ ସେହି ଡ୍ରୋନରୁ ‘ଷ୍ଟିକି ବମ୍’ ଜବତ ହୋଇଛି ।

https://thetopmost.in/ukraine-government-adopt-a-cat-from-war-ground/

https://thetopmost.in/how-to-apply-sunscreen-lotion-to-your-face/

https://thetopmost.in/tag/bjp-gen-secy-in-huddle-in-doon/