The Topmost

“The eyes believe themselves, the ears believe other people.”

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ବଡ଼ ଆରୋପ

ବହୁଚର୍ଚ୍ଚିତ ମୁମ୍ବାଇ ଡ୍ରଗ୍ସ ମାମଲାରେ ଚାର୍ଜସିଟ୍ ଦାଖଲ କଲା NCB । ତେବେ ଏହି ଚାର୍ଜସିଟରେ ସୁଶାନ୍ତଙ୍କ ବହୁଚର୍ଚ୍ଚିତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ବଡ଼ ଆରୋପ ଲାଗିଛି । ରିୟା ସୁଶାନ୍ତଙ୍କୁ ଡ୍ରଗ୍ସ ଦେବାର ଅଭିଯୋଗ ହୋଇଛି । ରିୟା ଓ ତାଙ୍କ ଭାଇ ଶୋଭିକ ଲଗାତାର ଭାବେ ଡ୍ରଗ୍ସ ପ୍ୟାଡଲରଙ୍କ ସହ ସମ୍ପର୍କରେ ଥିଲେ । ମାର୍ଚ୍ଚ ୨୦୨୦ରୁ ସେପ୍ଟେମ୍ବର ୨୦୨୦ ଯାଏଁ ସେମାନେ ଡ୍ରଗ୍ସ ପ୍ୟାଡଲରମାନଙ୍କ ସହ ସମ୍ପର୍କରେ ଥିଲେ । ଡ୍ରଗ୍ସ ଡେଲିଭରି ପାଇଁ ସେ ଟଙ୍କା ମଧ୍ୟ ଦେଇଥିବା NCB ଚାର୍ଜସିଟରେ ଉଲ୍ଲେଖ କରିଛି । ପୂଜା ସାମଗ୍ରୀ କିଣିବା ନାଁରେ ରିୟା ଗଞ୍ଜେଇ କିଣିଥିଲେ । ଏଥିପାଇଁ ସୁଶାନ୍ତଙ୍କ ଆକାଉଣ୍ଟରୁ ପେମେଣ୍ଟ ମଧ୍ୟ କରିଥିଲେ । ପରେ ଭାଇଭଉଣୀ ମିଶି ବିଭିନ୍ନ ବଲିଉଡ୍ ପାର୍ଟିରେ ଡ୍ରଗ୍ସ ବିକିଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି ।